କନ୍ଧମାଳ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ସହରାନଚଳ ଠାରୁ ଗ୍ରାମାନଚଳ ସବୁଠି ଏବେ ବାହାର ରାଜ୍ୟ ତଥା ଜିଲ୍ଲାର ଗଞେଇ ମାଫିଆ ମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଥିବା ବେଳେ । ପୋଲିସ ର କଡା ସୁରକ୍ଷା ଥିଲେ ମଧ୍ୟ ଏହି ଫିରିଙ୍ଗିଆ ଅନଚଳରେ ଗଞେଇ ଚୋରା ଚାଲାଣ ଥମିବାର ନାଧରୁନି । ଏହି ଚୋରା ଗଞେଇ କାରବାର କୁ ରୋକିବା ପାଇଁ ଫିରିଙ୍ଗିଆ ପୋଲିସ ଅନଟା ଭିଡିଥିବା ବେଳେ ଗୋଟେ ପରେ ଗୋଟେ ଗଞ୍ଜେଇ ମାଫିଆ ପୋଲିସ ହାତରେ ଧରା ପଡି ଜେଲ ମଧ୍ୟ ଯାଉଛନ୍ତି । ଗତ କିଛିଦିନ ତଳେ ଏକ ଆମ୍ବୁଲାନ୍ସ ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଆମ୍ବୁଲାନ୍ସ ସହ ଡ୍ରାଇଭର କୁ ଗିରଫ କରି କୋଟଚାଲାଣ କରିଥିଲା । ଏହି ଘଟଣାକୁ ତିନିଦିନ ନପୁରୁଣୁ ଫିରିଙ୍ଗିଆ ପୋଲିସ ଆଉ ଦୁଇଜଣ ଗଞ୍ଜେଇ ମାଫିଆ କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଗୋଟିଏ କାର ଓ ୩୦ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଉଭୟଙ୍କୁ କୋଟ ଚାଲାଣ କରିଛି । ତେବେ ଗତକାଳି ବିଳମ୍ବିତ ରାତିରେ ଫିରିଙ୍ଗିଆ ପୋଲିସ କୈାଣଷି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଗୋଛାପଡା ରାସ୍ତାର ମାଝିପଡା ଘାଟି ନିକଟରେ ଏହି କାର ଓ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି । ସମ୍ପୃକ୍ତ ଗଞ୍ଜେଇ ମାଫିଆ ମାନଙ୍କ ମଧ୍ୟରେ ଜଣେ ଜଗତସିଂପୁର ଜିଲ୍ଲା ରଘୁନାଥ ପୁର ଥାନା ଅନ୍ତର୍ଗତ ପୁରୁଣା ଗାଁର ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ନୟାଗଡ ଜିଲ୍ଲା ଦସପଲ୍ଲା ଥାନା ଜଗପୁର ଗାଁର ଭୁବନ ସ୍ୱାଇଁ ବୋଲି ଜଣାପଡିଛି । ଏ ସକ୍ରାନ୍ତରେ ଫିରିଙ୍ଗିଆ ଥାନା ପୋଲିସ ଏକ ମାମଲା ୧୩/୨୦୨୦ ରୁଜୁକରି ଉଭୟଙ୍କୁ କୋଟ ଚାଲାଣ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦର ରାଓ ସୁଚନା ଦେଇଛନ୍ତି ।