
ଭୁବନେଶ୍ୱର:ପବିତ୍ର ତ୍ରିବେଣୀ ସଙ୍ଗମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବୁଡ଼ ପକାଇଛନ୍ତି । ସପ୍ତଲୋକକୁ ସ୍ମରଣ କରି ସେ ସାତ ଥର ବୁଡ଼ ପକେଇଛନ୍ତି । ଶରୀର ଭିତରେ ଥିବା ସାତ ଗୋଟି ଚକ୍ର ଏହି ସପ୍ତଲୋକର ପ୍ରତୀକ ।ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିବା ସହ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ନିମନ୍ତେ ସେ ପ୍ରାର୍ଥନା କରିଛନ୍ତି । ଗାଁ ଗାଁ ରେ ପ୍ରଗତିର ଗଙ୍ଗା ବହିବା ସହ ରାଜ୍ୟରେ ଶାନ୍ତି ଓ ଉନ୍ନତି ପାଇଁ କାମନା କରିଛନ୍ତି । ଭାରତୀୟ ଆଧ୍ୟାତ୍ମିକ ବିଶ୍ୱାସରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ କେବଳ ପଵିତ୍ରତମ ନୁହେଁ ମୁକ୍ତିର ଏକ ପବିତ୍ର ତୀର୍ଥସ୍ଥାନ । ଏହି ପବିତ୍ର ସ୍ନାନ ସମୟରେ ସାଥିରେ ତାଙ୍କ ସହଧର୍ମିଣୀ ତଥା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଓ ସୁପୁତ୍ରୀ ଶ୍ରୀମତୀ ନିଭ୍ରିତି କୁମାରୀ ମେୱାର ମଧ୍ୟ ଉପସ୍ଥିତ ଥିଲେ ।