
ପାଟଣା– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ଭାଗଲପୁରକୁ ଏକ ଦିବସୀୟ ଗସ୍ତ କରିବେ । ଏହି ଅବସରରେ ସେ ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନ ଅଭିଯାନର ଶୁଭାରମ୍ଭ କରିବେ । ଏହାସହିତ ପିଏମ କିଷାନ ଯୋଜନାର 19ତମ କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ଜାରି କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରାୟ 2000 କୋଟି ଟଙ୍କାର ଭିତ୍ତିଭୂମି ଢାଂଚା ପ୍ରକଳ୍ପର ଘୋଷଣା ବି କରାଯିବ । ଏହି ବିଶାଳ ରାଲିରେ ଭାଗଲପୁର ଓ ପଡୋଶୀ ଜିଲ୍ଲା ବାଂକା, ମୁଂଗେର ଓ ଲଖିସରାୟର ପ୍ରାୟ 5ଲକ୍ଷ ଚାଷୀ ସାମିଲ ହେବାର ସମ୍ଭାବନା ରହିଛି ।