
ଭୋପାଳ– ମଧ୍ୟପ୍ରଦେଶ ନିବେଶକ, ବ୍ୟବସାୟୀ ଓ ଶିଳ୍ପପତିଙ୍କ ପାଇଁ ଅନନ୍ତ ସମ୍ଭାବନା ଉଦ୍ଦେଶ୍ୟରେ ବହୁପ୍ରତୀକ୍ଷିତ ଇନଭେଷ୍ଟ ମଧ୍ୟପ୍ରଦେଶ-ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ-2025ର ଆୟୋଜନ କରିବାକୁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ 10ଟା ବେଳେ ଏହି ଦୁଇ ଦିବସୀୟ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟର ଶୁଭାରମ୍ଭ କରିବେ । ଭୋପାଳର ଜାତୀୟ ମାନବ ସଂଗ୍ରହାଳୟରେ ଆୟୋଜିତ ଏହି ସମିଟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଶିଳ୍ପନୀତିର ଶୁଭାରମ୍ଭ କରିବେ ଏବଂ ଦେଶବିଦେଶରୁ ଆସିଥିବା ନିବେଶକ, ଶିଳ୍ପପତି, ପ୍ରବାସୀ ଭାରତୀୟ ଓ ଷ୍ଟାର୍ଟଅପକୁ ସଂବୋଧିତ କରିବେ ।