
ପାଟଣା– ବିହାରର ରାଜଧାନୀ ପାଟଣାରେ ହୋଇଥିବା ସଡକ ଦୁର୍ଘଟଣାରେ ଆତଙ୍କ ଖେଳିଯାଇଛି । ପାଟଣା ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଟ୍ରକ ଓ ଅଟୋ ମଧ୍ୟରେ ଧକ୍କା ଯୋଗୁ 7ଜଣ ଲୋକଙ୍କ ଜୀବନ ଯାଇଛି । ସେହିପରି 4ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ଅନୁସାରେ ଅଟୋ ପାଟଣାର ମସୌଢୀରୁ ନୌବତପୁର ଅଭିମୁଖେ ଯାଉଥିଲା । ରାସ୍ତାରେ ଅଟୋ ସହ ଟ୍ରକର ଧକ୍କା ହୋଇଥିଲା । ଅଟୋରେ 10ଜଣ ଶ୍ରମିକ ଥିଲେ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ ହସ୍ପିଟାଲ ପଠାଇ ଦିଆଯାଇଛି । ଦୁର୍ଘଟଣାର ଛାନଭିନ୍ ଜାରି ରହିଛି ।