
ମିରଜାପୁର – ଉତର ପ୍ରଦେଶର ମିରଜାପୁର ଜିଲ୍ଲାର ଲାଲଗଂଜ-ମିରଜାପୁର ମାର୍ଗରେ ତୁଲସୀ ଗାଁ ନିକଟରେ ସୋମବାର ସକାଳେ ବଡ ଦୁର୍ଘଟଣା ଘଟିଛି । କାର ଭାରସାମ୍ୟ ହରାଇ ପଛରେ ଠିଆ ହୋଇଥିବା ଟ୍ରକରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ତେଲେଙ୍ଗାନା ରାଜ୍ୟର 4ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଆହତ ହୋଇଛନ୍ତି । ସମସ୍ତେ ପ୍ରୟାଗରାଜ ମହାକୁମ୍ଭରୁ ବାରଣାସୀ ଯାଉଥିଲେ ।
ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ସମସ୍ତ ମୃତକଙ୍କ ଚିହ୍ନଟ କରାଯାଇଛି । ଆହତଙ୍କ ଚିକିତ୍ସା ଜାରି ରହିଛି । ମହାକୁମ୍ଭରେ ସ୍ନାନ ପରେ ଏମାନେ ବାରଣାସୀ ଯାଉଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଶ୍ରଦ୍ଧାଳୁ ଆର୍ଟିକା କାରରେ ଯାଉଥିଲେ । ହଠାତ୍ ଡ୍ରାଇଭର ଭାରସାମ୍ୟ ହରାଇବା କାରଣରୁ କାର ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, କାରର ଆଗ ଭାଗ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।