
ଚଣ୍ଡିଗଡ– ପଂଜାବର ଶମ୍ଭୁ ଓ ଖନୌରୀ ବର୍ଡରରେ ଆନ୍ଦୋଳନ କରୁଥିବର ଚାଷୀ ମଙ୍ଗଳବାର କରିବାକୁ ଥିବା ଦିଲ୍ଲୀ ମାର୍ଚ୍ଚ ନିଷ୍ପତିକୁ ପ୍ରତ୍ୟାହାର କରିଛନ୍ତି । ଚାଷୀ ନେତା ସରବନ ସିଂହ ପଂଧେର ସୋମବାର ଅମୃତସରରେ ରାଜ୍ୟ ସରକାରଙ୍କୁ ଚେତବନୀ ଦେଇଛନ୍ତି ଯେ, ଚାଷୀଙ୍କ ଜମି ଜବରଦସ୍ତି କବଜା ନକରନ୍ତୁ । ସେମାନଙ୍କୁ ଉଚିତ କ୍ଷତିପୂରଣ ଦିଅନ୍ତୁ । ଏବେ ଆମର ଧ୍ୟାନ କେନ୍ଦ୍ର ଆଡକୁ ରହିଛି । ସାମ୍ବଦିକଙ୍କୁ ସେ କହିଛନ୍ତି ଯେ, ଯଦି କୌଣସି ବି ଜିଲ୍ଲାରେ ଜବରଦସ୍ତି ଜମି ଅଧିଗ୍ରହଣ କରାଯିବ, ତେବେ ପଂଜାବ ସରକାରକୁ ରଖାଇଦେବେନି ।