
ଭୁବନେଶ୍ୱର– ମହାଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ କରି ସେମାନେ ଯେଭଳି ଭଲରେ ପୂଜା କରି ପାରିବେ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ପୁରା ବ୍ୟବସ୍ଥାକୁ ନେଇ ଦୁଇଟି ବୈଠକ ଶେଷ ହୋଇଛି। ଆଇନ ମନ୍ତ୍ରୀ ଭାବେ ଗୋଟିଏ ବୈଠକରେ ଏ ପୁରା ବ୍ୟବସ୍ଥାର ସମୀକ୍ଷା କରିଛି। ଜିଲ୍ଲାପାଳ, ଡିସିପି ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସବୁ ଦିଗରୁ ଆଲୋଚନା କରିଛନ୍ତି। ସେହିପରି ଲିଙ୍ଗରାଜ ମନ୍ଦିରର ବିଭିନ୍ନ ନିଯୋଗ ସହିତ ଚର୍ଚ୍ଚା ଆଲୋଚନା ଚାଲିଛି। ସମସ୍ତଙ୍କ ସହଯୋଗ ରହିବ। ଠିକ୍ ରାତି ୧୦ ଟାରେ ମହାଦୀପ ଉଠିବ। ପ୍ରଭୁ ଲିଙ୍ଗରାଜଙ୍କ ସବୁ କାର୍ଯ୍ୟ ସୁରୁଖୁରୁରେ ହେବ।
ସୁରକ୍ଷା ଦୃଷ୍ଟିରୁ ସ୍ଵତନ୍ତ୍ର ଭାବେ ସିସି ଟିଭିର ବ୍ୟବସ୍ଥା ହେବ। କିଭଳି ଭାବେ ଧାଡ଼ି ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁ କେଉଁ ବାଟେ ଆସିବେ। ସେବାୟତଙ୍କ ପରିବାର ଲୋକ କେଉଁ ପଟେ ମନ୍ଦିର ଭିତରକୁ ପ୍ରବେଶ କରିବେ। ପାସଧାରୀ ଭିଆଇପି ଆସିବେ। ସେଥିପାଇଁ କ୍ରୀୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାଡ଼ିରେ ଛିଡା ହୋଇଥିବା ଶ୍ରଦ୍ଧାଳୁଙ୍କ ପାଇଁ କିଭଳି ସୁବିଧା ବ୍ୟବସ୍ଥା କରାଯିବ। ସେମାନଙ୍କ ପାଇଁ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ ସେ ଉପରେ ବି ଆଲୋଚନା ହୋଇଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।