
ଭୁବନେଶ୍ୱର– ରାଜଧାନୀକୁ ଜଗିବ ଏଆଇକ୍ୟାମେରା । ଅପରାଧୀଙ୍କ ଗତିଵିଧି ଉପରେ ରହିବ ନଜର ଏଆଇ କ୍ୟାମେରା । ଖୁଵଶୀଘ୍ର ଏଭଳି ପଦକ୍ଷେପ ନେବାକୁ ଯାଉଛି କମିସନରେଟ ପୋଲିସ । ବିଭିନ୍ନ ଛକ ବଜାରରେ ଏବଂ ଟ୍ରାଫିକ ପୋଷ୍ଟରେ ପ୍ରାଥମିକ ପ୍ରର୍ଯ୍ୟାୟରେ ଲାଗିବ ଏଆଇକ୍ୟାମେରା । ସ୍ମାର୍ଟ ସିଟିରେ ପାଖାପାଖି 1000 ଟି କ୍ୟାମେରା ରହିଛି । ଆହୁରି ଅଧିକ କ୍ୟାମେରା ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖି ଜଣାଇବ କମିସନରେଟ ପୋଲିସ । ସେପଟେ ଆପର୍ଟମେଣ୍ଟ ଓ ବ୍ୟାଙ୍କ କତୃପକ୍ଷଙ୍କୁ ତାଗିଦ କଲେ ପୋଲିସ କମିସନର । ଯଥା ଶୀଘ୍ର ଆପାର୍ଟମେଣ୍ଟ ଓ ଏଟିଏମକାଉଣ୍ଟରକୁ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ କହିଛନ୍ତି ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ।