
ଭୁବନେଶ୍ୱର– ଅନାଥ ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଗତ ଅନାଥ ପିଲାଙ୍କୁ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ କରିଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ତପସ୍ଵିନୀ ହଲ ଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପିଲା ମାନଙ୍କୁ ଦିଆଗଲା ଆର୍ଥିକ ସହାୟତା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାଥ ପିଲା ମାନଙ୍କ ପାଇଁ ଏହି ଯୋଜନା କରିଛନ୍ତି । ଯେଉଁଥିରେ ପିଲାଙ୍କୁ 18 ବର୍ଷ ବୟସ ପର୍ଯ୍ୟନ୍ତ ମାସିକ 4 ହାଜର ଟଙ୍କାର ସହାୟତା ଦେଉଛନ୍ତି କେନ୍ଦ୍ର ସରକାର । ଆଜି ଜିଲ୍ଲାର 163 ପିଲାଙ୍କୁ ମିଶନ ବାତ୍ସଲ୍ୟ ଯୋଜନାରେ ସାମିଲ ହେବେ । ପୂର୍ବରୁ 133 ଜଣ ପିଲାଙ୍କୁ ଯୋଜନାରେ ସାମିଲ କରାଯାଇଥିଲା । ତେଣୁ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାର ମୋଟ 266 ପିଲା ମିଶନ ବାତ୍ସଲ୍ୟ ଯୋଜନାରେ ଆର୍ଥିକ ସହାୟତା ପାଇବେ । ପ୍ରତି ପିଲାଙ୍କୁ ମିଳିବ ମାସକୁ 4 ହାଜର ଟଙ୍କାର ଆର୍ଥିକ ସହାୟତା । ଏହି ସଂଖ୍ୟା କେବେ ନବଢୁ ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ । ପିଲା ମାନେ କେହି କାହାର ଦୟାରେ ନରହନ୍ତୁ । କୌଣସି ପିଲା ଭିକ୍ଷା ବୃତ୍ତି ନକରନ୍ତୁ । ତେଣୁ ପିଲା ମାନଙ୍କୁ ରୋଜଗାର ବ୍ୟବସ୍ଥା କରିବା ଆବଶ୍ୟକ ।