
ଭୁବନେଶ୍ୱର– ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି । ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ଯେ, ସେ ଜାଲ ଜାତିଗତ ସାର୍ଟିଫିକେଟଦେଇଛନ୍ତି । 1978ରେ ମହାଲିଙ୍ଗ ସ୍କୁଲରେ ପଢ଼ିବା ବେଳେ କୈବର୍ତ୍ତ ଭାବେ ଦର୍ଶାଇଥିଲେ । 2002ରେ କୈବର୍ତ୍ତକୁ ଏସସି ମାନ୍ୟତା ମିଳିଲା । ତେଵେ ତା ପୂର୍ବରୁ କେମିତି ସେ ଏସସି ସାର୍ଟିଫିକେଟଦେଲେ ବୋଲି ବିଜେଡି ବିଧାୟକ ପ୍ରଶ୍ନ ଉଠାଇଛନ୍ତି । ଆରଡିସିଙ୍କୁ ଜଣାଇବା ସତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦରୁ ବହିଷ୍କାର କରନ୍ତୁ ବୋଲି ପ୍ରଦୀପ ଦିଶାରୀ ଦାବି କରିଛନ୍ତି ।