କନ୍ଧମାଳ- କନ୍ଧମାଳ ଜିଲ୍ଲାର ସମସ୍ତ ଅଫିସରେ ଚିଠିପତ୍ର ଫାଇଲ କାର୍ଯ୍ୟ ସଂପୂର୍ଣ୍ଣ ଓଡିଆ ଭାଷାରେ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ନିଦେ୍ର୍ଧଶ ଦିଆଯାଇଛି । ୨୦୧୬ ମସିହାରୁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟ, ବୋର୍ଡ ଆଦି ଓଡିଆ ଭାଷାରେ ଘୋଷଣା କରିବାସହ ୨୦୧୮ ମାର୍ଚ୍ଚ ୧୪ ରେ ସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷା ବ୍ୟବହାରର ଉଲଙ୍ଘନ କଲେ ଦଣ୍ଡବିଧାନ ପାଇଁ ରାଜ୍ୟ କ୍ୟାବିନେଟରେ ଘୋଷଣା କରିଥିଲେ । ହେଲେ ଏହି ନିୟମ କେବଳ ନିୟମରେ ହିଁ ରହିଯାଉଛି, କେହି ମାନୁନାହାଁନ୍ତି । ନ ମାନିଲେ କାର୍ଯ୍ୟାନୁÂାନ ବି ନାହିଁ । ସମସ୍ତ ସରକାରୀ କାର୍ଯ୍ୟାଳୟ ଏହାର ଉଲଙ୍ଘନ କରୁଥିବା ନେଇ ମିଳିତ ନାଗରୀକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ୨୦୧୯ ଡିସେମ୍ବର ୧୧ରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଚିଠି ଉପରେ ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଚିଠି ନଂ-୬/୭୦ ରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସରକାରୀ ନଥିପତ୍ରରେ ଓଡିଆ ଭାଷା ବ୍ୟବହାର କରିବାଲାଗି କଡା ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ଚିଠିର ଏକ ନକଲ ମଧ୍ୟ ମିଳିତ ନାଗରୀକ କମିଟି ସଭାପତି ଡ.ଅରୁପ କୁମାର ଜେନାଙ୍କୁ ମଧ୍ୟ ପ୍ରଦାନ କରିଥିବା କଥା ସଭାପତି ଡ. ଜେନା କହିବାସହ ପ୍ରଶାସନର ତ୍ୱରିତ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ତେବେ, ପ୍ରଶାସନର ଏହି ନିଦେ୍ର୍ଧଶକୁ ବିଭିନ୍ନ ବିଭାଗର ଅଧିକାରୀ ମାନେ କିଭଳି କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାର କଥା ।
Related Stories
November 23, 2024
November 23, 2024
November 23, 2024