
ଗଂଜାମ– “ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ମହୋତ୍ସବ” ର ଚତୁର୍ଥ ଦିନରେ “ଡକ୍ଟର୍ସ ଫୋରମ୍,ବ୍ରହ୍ମପୁର”* ଦ୍ଵାରା ଆୟୋଜିତ ସ୍ବାସ୍ଥ୍ୟ ସଚେତନତା ଶିବିର (CME) ରେ ମଣିପାଲ ହସପିଟାଲ, ଭୁବନେଶ୍ୱରରୁ ଆସିଥିବା ଡାକ୍ତର କିଶୋର ଚନ୍ଦ୍ର ପଣ୍ଡା(ଅସ୍ଥିଶଲ୍ୟ ବିଶେଷଜ୍ଞ) ଅଣ୍ଟା ଓ ଠଙ୍ଗି ଅସ୍ଥି ଭଗ୍ନ ଓ ଡାକ୍ତର ନୀତେଶ ଆଚାର୍ଯ୍ୟ(କର୍କଟ ଶଲ୍ୟ ବିଶେଷଜ୍ଞ) କର୍କଟ ସଚେତନତା, ଡାକ୍ତର କଳାନିଧି ହୋତା(ଶଲ୍ୟ ବିଶେଷଜ୍ଞ, କେ.ଏ.ଟି.ଏସ.ଆୟୁର୍ବେଦିକ କଲେଜ) ଆୟୁର୍ବେଦ ଶାସ୍ତ୍ରରେ ଅସ୍ତ୍ରପ୍ରଚାର, ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକ(ଅଧ୍ୟକ୍ଷା,ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡ଼ିକାଲ କଲେଜ)ହୋମିଓପାଥିକ ଚିକିତ୍ସା ବିଜ୍ଞାନ ବିଷୟରେ ନିଜ ନିଜର ଅତି ସୁନ୍ଦର ଉପସ୍ଥାପନା ରଖିଥିଲେ ।
ଏହି କାର୍ଯ୍ୟକ୍ରମ ରେ ବିଗତ ତିନି ଦିନଧରି ଅଧ୍ୟକ୍ଷତା କରିଆସୁଥିବା ଓଡ଼ିଶାର ସୁନାମ ଧନ୍ୟ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା “ଡକ୍ଟର୍ସ ଫୋରମ୍,ବ୍ରହ୍ମପୁର” ର ସଭାପତି ଡାକ୍ତର ଶଙ୍କର୍ଷଣ ପାତ୍ର, ସାଧାରଣ ସମ୍ପାଦକ ଡାକ୍ତର.ଅତୁଲ୍ୟ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଡାକ୍ତର ସମରେନ୍ଦ୍ର କୁମାର ସାହୁ, ଆଜି ମଧ୍ୟ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପୂର୍ଣ୍ଣ ମଞ୍ଚ ପରିଚାଳନା “ଡକ୍ଟର୍ସ ଫୋରମ୍,ବ୍ରହ୍ମପୁର” ର ଯୁଗ୍ମ-ସମ୍ପାଦକ ଡାକ୍ତର କିରଣ କୁମାର ପାଣିଗ୍ରାହୀ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରୋଲାଣ୍ଡ ଫର୍ମାସିଉଟିକଲ୍ ସାଇନ୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଅନୁଷ୍ଠାନର ଛାତ୍ର-ଛାତ୍ରୀ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ “ଡକ୍ଟର୍ସ ଫୋରମ୍, ବ୍ରହ୍ମପୁର” ର ପ୍ରମୁଖ ଡାକ୍ତର ମାନଙ୍କ ମଧ୍ୟରେ ଡାକ୍ତର ଶିଶିରକାନ୍ତ ମିଶ୍ର, ଡାକ୍ତର.ବିପିନି ବିହାରୀ ସାହୁ, ଡାକ୍ତର ପ୍ରସନ୍ନ କୁମାର କର, ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ଡାକ୍ତର ହୃଷୀକେଶ ମହାନ୍ତି, ସୁଜିତ୍ କୁମାର ପାଣିଗ୍ରାହୀ, ଡାକ୍ତର ଲିଳିମା ଦାସ, ଡାକ୍ତର ଭସ୍ଵତୀ ପଣ୍ଡା, ଡାକ୍ତର ରେଣୁପ୍ରଭା ଶତପଥୀ, ଡାକ୍ତର ରବୀନ୍ଦ୍ର ନାଥ ଗନ୍ତାୟତଙ୍କ ପରି ବହୁ ଜଣାଶୁଣା ପ୍ରତିଷ୍ଠିତ ଡାକ୍ତର ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ପରିଶେଷରେ ଡାକ୍ତର.ସମରେନ୍ଦ୍ର କୁମାର ସାହୁ ବହୁ ମୂଲ୍ୟବାନ ସମୟ ଦେଇ ଉପସ୍ଥିତ ଥିବା ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।