
କୋଲକାତା -ଉତ୍ତର 24 ପରଗନା ଜିଲ୍ଲାର ମିନାଖାଁରେ ଶନିବାର ରାତିରେ ଦ୍ରୃତ ଗତି ବସ ନିୟନ୍ତ୍ରଣ ହରାଇ ରସ୍ତା କଡରେ ଅବସ୍ଥିତ ଏକ ଦୋକାନରେ ପ୍ରବେଶ କରିଛି । ଯେଉଁଥିପାଇଁ 4ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ ଅତିକମରେ 22ଜଣ ଆହତ ହୋଇଛନ୍ତି ,ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏହି ବସ ମାଳଞ୍ଚରୁ କୋଲକାତା ଅଭିମୁଖେ ଯାଉଥିଲା।ଘଟଣା ବାସନ୍ତୀ ହାଇୱେର ଜୟଗାଓଁ ଅଞ୍ଚଳରେ ଘଟିଥିଲା ଯେତେବେଳେ ସାମ୍ନାରୁ ଆସୁଥିବା ଅନ୍ୟ ଏକ ଗାଡି ସହ ଧକ୍କା ନ ହେବାକୁ ଚେଷ୍ଟା କରୁଥିବାବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା।ବସ ସିଧା ଚା ଦୋକାନକୁ ଯାଇ ପିଟି ହୋଇଥିଲା ଯେଉଁଥିପାଇଁ ଦୋକାନ ସମ୍ପୁର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଛି।ଦୋକାନରେ ଉପସ୍ଥିତ 8 ଜଣ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ।ଯେଉଁଥିପାଇଁ 4ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବସରେ ଯାତ୍ରା କରୁଥିବା ଲୋକଙ୍କ ସମେତ ଅତିକମରେ 22ଜଣ ଆହତ ହୋଇଛନ୍ତି।ପୋଲିସ ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ମିନାଖାଁ ଡାକ୍ତରଖାନା ନେଇଥିଲା।ଗୁରୁତର ଲୋକଙ୍କୁ କୋଲକାତାର ବଡ ଡାକ୍ତରଖାନାରେ ପଠାଯାଇଛି।