
ନୂଆଦିଲ୍ଲୀ,ତେଲେଙ୍ଗାନାର ନାଗରକୁରନୁଲ ଜିଲ୍ଲାର ଶନିବାର ସକାଳେ ଏସଏଲବିସି ଟନେଲ ପ୍ରକଳ୍ପର ଗୋଟିଏ ଭାଗ ଭୁଶୁଡିପଡିଛି । ଫଳରେ 8ଜଣ ଶ୍ରମିକ ଫସିରହିଛନ୍ତି । ଶ୍ରମିକଙ୍କୁ ବାହାରକୁ କାଢିବା ପାଇଁ ରେସକ୍ୟୁ ଅପରେସନ ରବିବାର ବି ଜାରି ରହିଛି । ଏସଡିଆରଏଫ ଓ ଏନଡିଆରଏଫର ଟିମକୁ ସୁଡଙ୍ଗର ଭୁଶୁଡିପଡିଥିବା ଭାଗରେ ପହଂଚିବା ପାଇଁ ଅନେକ ଚ୍ୟାଲେଂଜର ସାମ୍ନା କରିବାକୁ ପଡୁଛି । ତେଲେଙ୍ଗାନାର ଜଳସେଚନ ମନ୍ତ୍ରୀ ଏନ.ଉତମ କୁମାର ରେଡ୍ଡୀଙ୍କ ମୁତାବକ ରାଜ୍ୟ ସରକାର ବିଶେଷଜ୍ଞଙ୍କ ସହାୟତା ନେଇଛନ୍ତି । ଗତବର୍ଷ ଉତରାଖଣ୍ଡରେ ଏଭଳି ଘଟଣାରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିବା ଲୋକ ବି ସାମିଲ ଅଛନ୍ତି । ଫସିରହିଥିବା ଲୋକଙ୍କ ମଧ୍ୟରେ ଦୁଇ ଇଂଜିନିୟର ଓ ଦୁଇଜଣ ଅପରେଟର ଅଛନ୍ତି । ଅନ୍ୟ 4ଜଣ ଶ୍ରମିକ ବି ଅଛନ୍ତି । ଏମାନେ ସମସ୍ତେ ଉତର ପ୍ରଦେଶ, ଝାରଖଣ୍ଡ, ପଂଜାବ ଓ ଜମ୍ମୁକଶ୍ମୀରର ବାସିନ୍ଦା । ଘଟଣାର କିଛି ଘଂଟା ପରେ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରେସକ୍ୟୁ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂପୂର୍ଣ୍ଣ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ।