
ଭୁବନେଶ୍ୱର– ହିନ୍ଦୋଳ ସ୍ଥିତ ବନଦୁର୍ଗା ମନ୍ଦିରରେ ମା’ଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସ୍ଥିତ ବନଦୁର୍ଗା ମନ୍ଦିରରେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କଲି । ମା’ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ଆସ୍ଥା ଓ ବିଶ୍ବାସର ପ୍ରତୀକ । ମା’ଙ୍କ ପାଖରେ ସମସ୍ତଙ୍କ କଲ୍ୟାଣ ଓ ମଙ୍ଗଳ କାମନା କରୁଛି ।