
ଭୁବନେଶ୍ୱର, ପୂର୍ବତନ ମୁଖ୍ୟମନ୍ତ୍ରୀ ମହାରାଜ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ସ୍ମୃତିଚାରଣ କରିଛନ୍ତି ମୁକେଶ ମହାଲିଙ୍ଗ । ଏକ୍ସ ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ମହାରାଜ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ଶ୍ରାଦ୍ଧ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସେ ଜଣେ ଦକ୍ଷ ସୁଶାସକ ଏବଂ ଅର୍ଥନୀତିଜ୍ଞ ଥିଲେ। ଓଡ଼ିଶାର ପ୍ରଗତିମାନ ଭବିଷ୍ୟତ ନିମନ୍ତେ ତାଙ୍କ ପ୍ରତିବଦ୍ଧତା ପାଇଁ ସେ ସଦା ସ୍ମରଣୀୟ।