
ଭୁବନେଶ୍ୱର– ମହାକୁମ୍ଭରେ ବୁଡ ପକାଇଲେ ମୁକେଶ ମହାଲିଙ୍ଗ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଫଟୋ ସେୟାର କରିବା ସହ ସେ କହିଛନ୍ତି ଯେ, ଆସ୍ଥା,ଭକ୍ତି ଓ ଆଧ୍ୟାତ୍ମିକତାର ନଗରୀ ‘ପ୍ରୟାଗରାଜ’ ଠାରେ ଦୀର୍ଘ ୧୪୪ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ବିଶ୍ୱ ପ୍ରସିଦ୍ଧ ‘ମହାକୁମ୍ଭ ମେଳା’ରେ ମାନ୍ୟବର ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟଙ୍କ ସହ ସାମିଲ ହୋଇ ମା’ ଗଙ୍ଗା, ଯମୁନା ଓ ସରସ୍ଵତୀଙ୍କ ପବିତ୍ର ସଙ୍ଗମ ସ୍ଥଳରେ ମହା ସ୍ନାନ କରି ସଂସାରର କଲ୍ୟାଣ କାମନା କଲି ।