
-
ଛାତ୍ରୀଛାତ୍ରଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ରୁଚି ବଢ଼ିଛି
-
ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ସମ୍ପନ୍ନ କରୁଛି
-
ଏଆଇ କ୍ଷେତ୍ରରେ ଭାରତକୁ ଆଗେଇ ନେବାକୁ ଆହ୍ୱାନ
ଭୁବନେଶ୍ୱର/ଭଦ୍ରକ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୯ତମ ସଂସ୍କରଣରେ ଇସ୍ରୋର ସଫଳତା ବଖାଣିବା ସହ ଏଆଇ ଟେକ୍ନୋଲୋଜିରେ ଭାରତ ଭୂମିକା, ନାରୀ ସମ୍ମାନ ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଶେଷ କରି ମେଦବହୁଳତା ଉପରେ ଚିନ୍ତା ପ୍ରକଟ କରି ଏଥିରୁ ମୁକ୍ତି ପାଇବା ପାଇଁ ଅନେକଗୁଡ଼ିଏ ପରାମର୍ଶ ଦେଇଛନ୍ତି । ଛୋଟପିଲାଙ୍କ କ୍ଷେତ୍ରରେ ଏହା ୪ ଗୁଣା ବଢୁଥିବାରୁ ସେମାନେ କିପରି ଅଧିକ ଫିଟ ରହିବେ ସେଥିପାଇଁତ୍ତଯତ୍ନବାନ ହେବାକୁ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ବିଜେପି ସରକାର ସବୁବେଳେ ନାରୀମାନଙ୍କୁ ସର୍ବୋଚ୍ଚ ସମ୍ମାନ ଦେଉଥିବାବେଳେ ନାରୀ ସଶସ୍ତ୍ରୀକରଣକୁ ଗୁରୁତ୍ୱ ଦେଇଆସିଛି । ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ସମ୍ପନ୍ନ କରୁଛି । ଏବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ମନ କି ବାତ” କାର୍ଯ୍ୟକ୍ରମରେ ଉଲ୍ଲେଖ କରିଛନ୍ତି । ମାର୍ଚ୍ଚ ୮ ନାରୀ ସମ୍ମାନ ଦିବସରେ ମୋଦିଜୀ ତାଙ୍କ ସୋସିଆଲ ମିଡିଆ ଆକାଉଂଟକୁ କେତଜଣ ପ୍ରତିଷ୍ଠିତ ଏବଂ ପ୍ରେରଣାଦାୟୀ ମହିଳାଙ୍କୁ ସମର୍ପିତ କରିବେ ବୋଲି ଘୋଷଣା କରିଛନ୍ତି । ଏହା ନାରୀ ସମ୍ମାନ ପ୍ରତି ମୋଦିଜୀଙ୍କ ଉତ୍ସଗୀକୃତ ମନୋଭାବକୁ ପ୍ରଦର୍ଶିତ କରୁଛି । ସେହିପରି ଇସ୍ରୋର ୧୦୦ତମ ରକେଟ୍ ଲଂଚ ଏବଂ ୧୦ ବର୍ଷରେ ୪୦୦ରୁ ଅଧିକ ସାଟେଲାଇଟ୍ ଲଂଚ ବିଷୟରେ କହି ଛାତ୍ରୀଛାତ୍ରଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ରୁଚି ବଢ଼ାଇଛନ୍ତି । ଏଥିସହ ଏଆଇ କ୍ଷେତ୍ରରେ ଭାରତ ଆହୁରି ଆଗକୁ ବଢ଼ିବାକୁ ମୋଦିଜୀ ଆଶାବ୍ୟକ୍ତ ଦେଇଛନ୍ତି । ତାଙ୍କର ଏହି ଆଶା ପୂରଣ କରିବା ପାଇଁ ସଭିଏଁ ଆଗେଇ ଆସନ୍ତୁ ବୋଲି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।
ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଶ୍ରୀ ସାମଲ “ମନ କି ବାତ” କାର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।