କେନ୍ଦୁଝର- କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିÂାନ ପାଣ୍ଠିରେ ଅନୁÂିତ ମେଧାବୃତି ପରୀକ୍ଷାର ପରୀକ୍ଷା ଫଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ମେଧାବୃତି ପରୀକ୍ଷାରେ ଜିଲ୍ଲାର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ପଢୁଥିବା ତୃତୀୟ , ପଞ୍ଝମ ଓ ଅଷ୍ଟମ ଶ୍ରେଣୀରେ ୪୮୦୧୮ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୩ୟ ଶ୍ରେଣୀରେ ୩ ହଜାର ୧୮୫ ଜଣ ,୫ମ ଶ୍ରେଣୀରେ ୩ ହଜାର ୩୦୦ ଜଣ ,୮ମ ଶ୍ରେଣୀରେ ୩ ହଜାର ୪୩୧ ଜଣ ଙ୍କୁ ମେଧା ବୃତି ଦେବା ନିମନ୍ତେ ଚୟନ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି । ଏହି ମେଧାବୃତି ପରୀକ୍ଷା ୨୦୧୯ ଅଗଷ୍ଟ ୮ ତାରିଖରେ ଜିଲ୍ଲାର ୩୧୩ ଟି ପରୀକ୍ଷା କେନ୍ଦ୍ରରେ ଅନୁÂିତ ହୋଇଥିଲା । ତୃତୀୟ ଶ୍ରେଣୀରେ ସାଧାରଣ ବର୍ଗର ୧୧୫ ଜଣ , ଅନ୍ୟାନ୍ୟ ପଛୁଆ ବର୍ଗର ୯୪୬ ଜଣ , ଅନୁସୂଚିତ ଜାତି ବର୍ଗର ୩୮୫ ଜଣ ଓ ଅନୁସୂଚିତ ଜନଜାତି ବର୍ଗର ୧ ହଜାର ୭୩୯ ଜଣ ବୃତି ଆକାରରେ ୩ ହଜାର ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ଦିଆଯାଇଛି । ପଂଚମ ଶ୍ରେଣୀରେ ସାଧାରଣ ବର୍ଗର ୭୩ ଜଣ, ଅନ୍ୟାନ୍ୟ ପଛୁଆ ବର୍ଗର ୭୭୦ ଜଣ, ଅନୁସୂଚିତ ଜାତି ବର୍ଗର ୩୫୦ ଜଣ, ଏବଂ ଅନୁସୂଚିତ ଜନଜାତି ବର୍ଗରେ ୨ ହଜାର୧୦୭ ଜଣ, । ଏମାନେ ସମସ୍ତେ ବୃତି ଆକାରରେ ୪ ହଜାର ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ଦିଆଯାଇଛି । ଅଷ୍ଟମ ଶ୍ରେଣୀରେ ସାଧାରଣ ବର୍ଗର ୫୭ ଜଣ , ଅନ୍ୟାନ୍ୟ ପଛୁଆ ବର୍ଗର ୭୨୪ ଜଣ , ଅନୁସୂଚିତ ଜାତି ବର୍ଗର ୩୫୦ ଜଣ , ଏବଂ ଅନୁସୂଚିତ ଜନଜାତି ବର୍ଗର ୨ ହଜାର ୩୦୦ ଜଣ, ବୃତି ପରୀକ୍ଷାରେ ସଫଲ ହୋଇଥିବା ବେଳେ ସେମାନେ ବୃତି ଆକାରରେ ବିର୍ଷିକ ୮ ହଜାର ଟଙ୍କା ଲେଖାଁଏ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ଦିଆଯାଇଛି । ଏହି ସମସ୍ତ ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ବ୍ୟାଚ ଏବଂ ମାନ ପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ଯୋଗ୍ୟ ବିବେଚିତ ଛାତର ଛାତ୍ରୀ ମାନଙ୍କର ତାଲିକା ଜିଲ୍ଲାର ୱେବ ସାଇଟ ଏବଂ ପ୍ରତ୍ୟେକ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି । ସମସ୍ତ ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ଆଶିଷ ଠାକରେ ,ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ପୁର୍ଣ୍ଣଚନ୍ଦ୍ର ସେଠୀ ଶୁଭେଛା ଜଣାଇଛନ୍ତି ।
Related Stories
November 23, 2024
November 23, 2024
November 23, 2024