
ବଲାଙ୍ଗିର– ବଲାଙ୍ଗିର ଜିଲ୍ଲା ଓଡିଶା ସୂଚନା ଅଭିଯାନ ଶାଖା ତରଫରୁ ରାଜେନ୍ଦ୍ର କଲେଜ ଛକ ପାଖରେ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆନ୍ତଃ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଅଭିଯାନ ଆନୁକୁଲ୍ୟରେ ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ ହୋଇଯାଇଛି । ଆଦିନ ଦିବା ୧୧ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦିପ ପ୍ରଧାନ, ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା ଗୋଲାମୁଣ୍ଡା ବ୍ଲକ ଚେୟାରମେନ ବିନ୍ଦୁ ମହାନନ୍ଦ, ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା ହାଇକୋର୍ଟ ଓକିଲ ମନୋରଞ୍ଜନ ଜେନା, ମୁଖ୍ୟବକ୍ତା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ରଫେସର ମନୋଜ ନାଗ, ପରିଚାଳନା କରିଥିଲେ ବରିଷ୍ଠ ସୂଚନା ଅଧିକାର କର୍ମ ନିଳମଣି ଯୋଷୀ । ଅନ୍ୟ ସୂଚନା କର୍ମୀ ଶଙ୍କର ପାଣିଗ୍ରାହୀ, ଶିବ ପ୍ରସାଦ ସାହୁ, ପ୍ରମୋଦ କୁମାର ବେହେରା, ବିରଂଚି ବହିଦାର, ଜୟ ବିହାରୀ ବିଶ୍ୱାଲ, ସତ୍ୟ ବନଛୋର, କାଳିନ୍ଦ୍ରି ମାଝି, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ସାମୁଏଲ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ବନଛୋର, ତ୍ର୍ୟମ୍ବକ ବାରିକ, ଗୋପବନ୍ଧୁ ଛତ୍ରିଆ, ସରୋଜ ମେଶ୍ୱା, ନରେଶ ବାଗ, ଆନନ୍ଦ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପ୍ରଶିକ୍ଷଣ ଶିବିରରେ ରାଜନୀତି ବିଜ୍ଞାନ ଛାତ୍ର ଛାତ୍ରୀ ଅନେକ ସଂଖ୍ୟକ ଯୋଗଦେଇ ସଭାକୁ ଆହୁରି ଗୌରାବାନ୍ୱିତ କରିଥିଲେ । ଛାତ୍ର ଛାତ୍ରୀମାନଙ୍କୁ ସୂଚନା ଅଭିଯାନ ତରଫରୁ ଆଇନର କାର୍ଯ୍ୟକାରିତା ଉପରେ ବିଭିନ୍ନ ଧାରା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଆସନ୍ତା ୨୩ ତାରିଖରେ ଏହି ଶିବିର ପୁଣି ଚାଲୁରହିବ । ଆଇନର ବିଭିନ୍ନ ଧାରା ଗୁଡିକର କାର୍ଯ୍ୟକାରିତା ଉପରେ ତର୍ଜମା କରାଯିବ ।