
ଗଂଜାମ, ଗଂଜାମ ଜିଲାର ଜୀବନ ରେଖା ଋଷିକୂଲ୍ୟା ନଦୀର ଧାର ଏବେଠାରୁ ଶୁଖିଗଲାଣି। ଏଣୁ ଆଗକୁ ସ୍ଥିତି ସାଂଘାତିକ ହେବା ଆଶଙ୍କା କରାଯାଉଛି। ଏଣେ ସୂର୍ଯ୍ୟ ତାପ ବଢିବଢି ଚାଲିଛି । ଋଷିକୂଲ୍ୟା ନଦୀର ପ୍ରବାହିତ ଜଳ ସୁପରିଚାଳନା ଅଭାବରୁ 80 ଭାଗଜଳ ସମୁଦ୍ରକୁ ଚାଲିଯାଇ ନଷ୍ଟ ହେଉଛି । ଏତେ ବଡନଦୀରୁ ଗଂଜାମ ଜିଲ୍ଲାର ମାତ୍ର 60ହଜାର ହେକ୍ଟର ଜମିକୁ ଜଳସେଚିତ ହେବା ବ୍ୟବସ୍ଥା ରହିଛି । କେବଳ ଖରିଫରେ ଚାଷୀ ଜମିକୁ ପାଣି ପାଇଥାନ୍ତି । କିନ୍ତୁ ରବିରୁତୁରେ ଚାଷୀ ନଦୀରୁ ଟୋପାଏବି ପାଣି ପାଆନ୍ତି ନାହିଁ। ଯେଉଁ ଅଂଚଳରେ ଉଠାଜଳସେଚନ ବ୍ୟବସ୍ଥା ରହିଛି, ସେଠାରେ ହିଁ ଚାଷ ହୋଇପାରୁଛି।