
ମହାକୁମ୍ଭନଗର-ଆସାମ ଗଣ ପରିଷଦର ସଭାପତି ଏବଂ ଆସାମ ସରକାରଙ୍କ କୃଷି ମନ୍ତ୍ରୀ ଅତୁଲ ବୋରା ପ୍ରୟାଗରାଜ ମହାକୁମ୍ଭରେ ଶନିବାର ପହଁଞ୍ଚିଛନ୍ତି।ପତିତ ପାବନୀ ମା ଗଙ୍ଗା,ଯମୁନାଏବଂ ଅନ୍ତ ସଲୀଳାଙ୍କ ପବିତ୍ର ସଙ୍ଗମରେ ବିଶ୍ୱାସର ବୁଡ ପକାଇଛନ୍ତି।
ପ୍ରୟାଗରାଜ ମହାକୁମ୍ଭର ସେକ୍ଟର 18 ହର୍ଷବର୍ଦ୍ଧନ ମାର୍ଗ ସ୍ଥିତ ଶିବିରରେ ଆସାମ ଗଣ ପରିଷଦର ସଭାପତି ଏବଂ ଆସାମ ସରକାରଙ୍କ କୃଷି ମନ୍ତ୍ରୀ ଅତୁଲ ବୋରା ପହଁଞ୍ଚିଛନ୍ତି। ଯେଉଁଠାରେ ଆଦ୍ୟ ଶଙ୍କରାଚାର୍ଯ୍ୟ ଭଗବାନଙ୍କ ଚରଣରେ ପାଦୁକା ପୁଜା କରି ବର୍ତ୍ତମାନ ସ୍ୱାମୀ ଅଧୋକ୍ଷଜାନନ୍ଦ ଦେବତୀର୍ଥଙ୍କ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି ଏବଂ ମହାରାଜ ଜୀଙ୍କ ଠାରୁ ଆସାମ ରାଜ୍ୟରେ ଚାଲୁଥିବା ଧାର୍ମିକ ,ସାଂସ୍କୃତିକ ବିସ୍ତାର ଉପରେ ଗଭୀର ବାର୍ତ୍ତାଳାପ କରିଛନ୍ତି।