
କୋଣ୍ଡାଗାଓଁ /ରାୟପୁର -ବେଙ୍ଗାଲୁରରୁ ପ୍ରୟାଗରାଜ ଯାଉଥିବା ଭକ୍ତଙ୍କ କାର ଛତିଶଗଡର କେଶକାଳ ଅଞ୍ଚଳର ବଡେ ମୋଡ ନିକଟରେ କଲଭର୍ଟ ସହ ଆଜି ସକାଳେ ଧକ୍କା ହୋଇଛି।ଏହି ଦୁର୍ଘଟଣାରେ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ତିନିଜଣଙ୍କ ଅବସ୍ଥା ଗୁରୁତର।ପୋଲିସ ସମସ୍ତଙ୍କ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି।
କାଂକେର ପୋଲିସ ଅନୁସାରେ ଏକ ଏକ୍ସୟୁବୀରେ ଛଅଜଣ ଯାତ୍ରୀ ବସି ବେଙ୍ଗାଲୁରୁରୁ ପ୍ରୟାଗରାଜ ଯାଉଥିଲେ। କେଶକାଲ ନ୍ୟାସନାଲ ହାଇୱେ-30ରେ ଫରସଗାଓଁ ଥାନା ଅଞ୍ଚଳର ବଡ ମୋଡ ନିକଟରେ କାର ନିୟନ୍ତ୍ରଣ ହରାଇ କନଭର୍ଟ ସହ ଯାଇ ଧକ୍କା ଦେଇଥିଲା।ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଗୁରୁତର ଭାବରେ ଆହତ ତିନିଜଣ ଲୋକ 108 ଆମ୍ବୁଲାନ୍ସ ସାହାଯ୍ୟରେ ଫରସଗାଓଁ ଡାକ୍ତରଖାନା ଅଣାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା କରାଯାଉଛି।