
ବଲାଙ୍ଗିର– ଆଜି ବଲାଙ୍ଗୀର ସ୍ଥିତ କଦମପଡା ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ୨୫ତମ “ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସାହିତ୍ୟ ଅଧ୍ୟାପିକା ମୀରା ଶତପଥି ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ରୀଙ୍କ ଦ୍ବାରା ସମବେତ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନାଚାର୍ଯ୍ଯ ସୁବ୍ରତ କୁମାର ବେହେରା ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶିଶୁ ବକ୍ତା ରୂପେଅର୍ପିତା ପ୍ରିୟଦର୍ଶନୀ ମିଶ୍ର ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ବିଦ୍ୟାଳୟର ଗୁରୁମା ରଶ୍ମି ମିଶ୍ର ଆଜି ଦିବସର ମହତ୍ତ୍ଵ ପ୍ରତିପାଦନ କରିଥିଲେ । ବ୍ୟକ୍ତିଗତ ଗୀତ ଛାତ୍ରୀ ଅରୁଣିମା ଗୁରୁ ଗାନ କରିଥିବା ବେଳେ ସଂଯୋଜନା ଛାତ୍ରୀ ଶ୍ରାବଣୀ ବାରିକ କରିଥିଲେ । ମୁଖ୍ୟ ଅତିଥି ନିଜ ଭାଷଣରେ କହିଲେ ଯେ ଯେଉଁ ଜାତିର ମାତୃଭାଷା ଯେତେ ଉନ୍ନତ ସେ ଜାତି ସେତେ ଦମ୍ଭିଲା । ଶେଷରେ ସଭାପତି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ସଭାପତି ଡ଼.ଭବାନୀ ଶଙ୍କର ପଟେଲ, ସଂପାଦକ ତରଣୀସେନ ପଟେଲ ଉପସ୍ଥିତ ଥିଲେ ।
ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ୧ମ ଶ୍ରେଣିରେ ପୁସ୍ତକ ପଠନରେ ଆଦ୍ବିକ ଅଭ୍ୟୁଦୟ ଶତପଥି,ଶ୍ରେୟାନ କୁମାର ସାହୁ, ବୈଷ୍ଣବ ଭୁଜ, ଦ୍ବିତୀୟ ଶ୍ରେଣୀରେ ଧନ୍ଦା ଆବୃତ୍ତିରେ ସ୍ଵିକୃତି ରାଣୀ କର୍ମୀ,ପ୍ରିୟାଂଶୁ ରାଜ ବେହେରା, ଶୁଭଶ୍ରୀ ପାଢୀ,ତୃତୀୟ ଶ୍ରେଣିରେ ଗୀତା ଆବୃତ୍ତିରେ ପ୍ରତୀକ ପ୍ରଧାନ,ଅଂଶୁମାନ ପଣ୍ଡା,ଆଲିଶା ବାଗ, ଚତୁର୍ଥ ଶ୍ରେଣି ରେ ଗଳ୍ପଲିଖନରେ ହର୍ଷିତା ସିଂ, ଆଦିତ୍ୟ କୁଅଁର,ଆକାଂକ୍ଷା ଉଦ୍ଗାତା, ପଞ୍ଚମ ଶ୍ରେଣୀରେ ସୁଲିଖନରେ ପ୍ରତ୍ୟୁଷ କୁମାର ତ୍ରିପାଠୀ, ଦେବକାନ୍ତ ପଲତା,ସୋହାନୀ ପାତ୍ର,ଷଷ୍ଠ ଶ୍ରେଣୀରେ ଅମିଶା ସାହୁ,ଅରୁଣିମା ଗୁରୁ,ବର୍ଷା ରାଣୀ ସାହୁ, ସପ୍ତମ ଶ୍ରେଣୀରେ ଓଡ଼ିଆ ସୁଭାଷିତରେ ଅବିନାଶ ପଣ୍ଡା, ଶ୍ରୀମୟୀ ପଣ୍ଡା,ସସ୍ମିତା ସ୍ବାଇଁ,ଅଷ୍ଟମ ଶ୍ରେଣୀରେ ଲୋପାମୁଦ୍ରା ସାହୁ,ଶୃତିରନ ପଟେଲ,ସୋନାକ୍ଷୀ ସାହୁ ତଥା ନବମ ଶ୍ରେଣୀରେ ଲୋକ ଗୀତରେ ଅଙ୍କିତା ସେଠ,ସ୍ମୃତିଶିଖା ପାଢୀ,ପ୍ରିୟାଂଶୀସାହୁ ଯଥାକ୍ରମେ ୧ମ,୨ୟ,୩ୟ ହୋଇ ପୁରସ୍କୃତ ହେଲେ । ।ଶେଷରେ ଧନ୍ୟବାଦ ଅର୍ପଣ ଗୁରୁମା ରଶ୍ମିପ୍ରଭା ମିଶ୍ର କରିଥିଲେ । ଏହିପରି ଗୁରୁମା ସୁଶ୍ରୀ ମୀନା ଦାସଙ୍କ ସଂଚାଳନାରେ ସମାପ୍ତ ହୋଇଥିଲା ।