
ବଲାଙ୍ଗୀର– ଶୁକ୍ରବାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ବଲାଙ୍ଗୀର ଠାରେ ଆନ୍ତର୍ଜାତିକ ମାତୃଭାଷା ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ତ୍ରିବିକ୍ରମ ଦାଶ ସଭାପତିତ୍ବ କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆଚାର୍ଯ୍ୟ ପ୍ରସନ୍ନ ରାଉତ ସମବେତ ଶିଶୁ ଓ ଆଚାର୍ଯ୍ୟ ମାନଙ୍କୁ ଉଦବୋଧନ ଦେଇ ଥିଲେ।
ଆଚାର୍ଯ୍ୟା କଲ୍ୟାଣୀ ପଟେଲ୍, ଖୁଲଣା ବାରିକ, ସଞ୍ଜୁକ୍ତା ନାଏକ ଓ ସମସ୍ତ କର୍ମକର୍ତ୍ତା ଙ୍କ ଦ୍ଵାରା ଶିଶୁ ମାନେ କବିତା ଆବ୍ରୁତି, କାହାଣୀ କଥନ, ପ୍ରଶ୍ନ ମଞ୍ଚ ଆଦିରେ ଉତ୍ସାହ ସହକାରେ ଭାଗ ନେଇ ପୁରସ୍କୃତ ହୋଇଥିଲେ।