
ଗଞାମ– ପିତ୍ତଳ ନୂତନ ପିଏଚସି ରେ ପିତ୍ତଳ ସେକ୍ଟର ଆଶା କର୍ମୀ ମାନଙ୍କ ସାପ୍ତାହବ୍ଯାପି ସ୍ୱାସ୍ଥ୍ୟ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆୟୁଷ ଡାକ୍ତର ଦେବାଶିଷ ଶତପଥୀ ଏବଂ ପ୍ରଦୋଷ କୁମାର ମହାପାତ୍ର(ସୁପରଭାଇଜର)ଆଶା ମାନଙ୍କ ଦାୟିତ୍ୱ, କର୍ତ୍ତବ୍ଯ ସଂପର୍କରେ ସଚେତନ କରିବା ସହ ବିଭିନ୍ନ ରୋଗ, ତାର ପ୍ରତିକାର, ଶିଶୁ ଓ ମାତୃମଂଗଳ କାର୍ଯ୍ୟକ୍ରମ ସଂପର୍କରେ ତାଲିମ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ଡାକ୍ତର ମାନସ ରଂଜନ ବିଷୋଇ , ବ୍ରହ୍ମପୁର ଡକ୍ଟରସ୍ ଫୋରମ ର ପୂର୍ବତନ ସଂପାଦକ ଡାକ୍ତର ହୃଷୀକେଶ ମହାନ୍ତି, ଫାର୍ମାସୀ ଅଧିକାରୀ ବସନ୍ତ କୁମାର ସୁବୁଦ୍ଧି, ଏଲଟି ପ୍ରତିଜ୍ଞା ସାହୁ ପ୍ରମୁଖ ଯୋଗଦେଇ ତାଲିମ କାର୍ଯ୍ଯକ୍ରମ ତଥା ଆଶା ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ପ୍ରାୟ ୨୫ ଜଣ ଆଶା ଯୋଗଦାନ କରିଥିଲେ ।