
ବାରଣାସୀ-କାଶୀ ତାମିଲ ସଙ୍ଗମମ-3ରେ ଭାଗ ନେବା ପାଇଁ ତାମିଲନାଡୁରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଶୁକ୍ରବାର ହନୁମାନ ଘାଟରେ ପବିତ୍ର ଗଙ୍ଗାରେ ଆସ୍ଥାର ବୁଡ ପକାଇଛନ୍ତି । ଗଙ୍ଗା ପୂଜନ କରି ଘର-ପରିବାର ଓ ରାଜ୍ୟର ସୁଖ ସମୃଦ୍ଧି ପାଇଁ ଆଶୀର୍ବାଦ ମାଗିଛନ୍ତି ।
ଦଳରେ ସାମିଲ ତାମିଲ ଆଚାର୍ଯ୍ୟଙ୍କ ଠାରୁ ଗଙ୍ଗାର ବିଭିନ୍ନ ଘାଟର ଇତିହାସ ଓ ନିର୍ମାଣ ସଂପର୍କରେ ଜାଣିଥିଲେ । ଏହି ଦଳ ଘାଟରେ ଥିବା ଦକ୍ଷିଣ ଭାରତର ପ୍ରାଚୀନ ମନ୍ଦିରରେ ଦର୍ଶନ-ପୂଜନ କରିଥିଲେ । ସମସ୍ତ ଅତିଥିଙ୍କୁ ଗାଇଡ ମନ୍ଦିରର ଇତିହାସ, ଦିବ୍ୟତା ଓ ଭବ୍ୟତା ସଂପର୍କରେ ତଥ୍ୟ ଦେଇଥିଲେ ।