
ଭୁବନେଶ୍ୱର, ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ବୁଧବାର ଦିନ ସ୍ଥାନୀୟ ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟରେ ସଂଘର ସଭାପତି ଡକ୍ଟର ମିହିର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ରୂପେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ସମାଜସେବୀ ପଦ୍ମ ଚରଣ ନାୟକ ଯୋଗଦେଇ ଅବସରପ୍ରାପ୍ତ କଲେଜ ଶିକ୍ଷକମାନେ ସମାଜକୁ ଦିଗଦର୍ଶନ ଦେବାରେ ବ୍ରତୀ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଡକ୍ଟର ଅମିୟ କୁମାର ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସାଧାରଣ ସମ୍ପାଦକ ଡକ୍ଟର କୈଳାସ ଚନ୍ଦ୍ର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରଫେସର ଧନେଶ୍ବର ସାହୁଙ୍କ ସମ୍ପାଦନାରେ ପ୍ରକାଶିତ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉପସଭାପତି ଡକ୍ଟର ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ବିଦ୍ୟୁତପ୍ରଭା ଗନ୍ତାୟତ ଓ ଡକ୍ଟର ଆହ୍ଲାଦିନୀ ଧୀର ମଞ୍ଚ ପରିଚାଳନା କରିଥିଲେ। ସଂଘ ତରଫରୁ ୨୧ଜଣ ପ୍ରଫେସର ଅଖିଳକୃଷ୍ଣ ପାଣିଗ୍ରାହୀ, ଅଯୋଧ୍ୟା ପ୍ରସାଦ ନାୟକ, ଅଲେଖ ଚନ୍ଦ୍ର ନାୟକ, କୁମର ଚନ୍ଦ୍ର ମିଶ୍ର, କୃଷ୍ଣଚନ୍ଦ୍ର ପଟ୍ଟନାୟକ, କେ. ଗୋପାଳ ରାଜୁ, ଗିରିଜା ପ୍ରସାଦ ଆଚାର୍ଯ୍ୟ, ଜଗନ୍ନାଥ ସା, ଦେବେନ୍ଦ୍ରନାଥ ରାଉତ, ନିତ୍ୟାନନ୍ଦ ସାହୁ, ପ୍ରଭାତୀ ଦାଶ, ବିଜୟା ମିଶ୍ର, ବୃନ୍ଦାବନ ବିହାରୀ ମିଶ୍ର, ବ୍ରହ୍ମାନନ୍ଦ ମହାନ୍ତି, ଭିକାରି ଚରଣ ରଥ, ରତ୍ନାକର ପାଢ଼ୀ, ଶୈଳେନ୍ଦ୍ର କୁମାର ମହାପାତ୍ର, ସୁବାସିନୀ ଲେଙ୍କା, ସୁନ୍ଦର ନାରାୟଣ ପାତ୍ର, ହରିକୃଷ୍ଣ ଦାଶ ଓ ହରିଶ୍ଚନ୍ଦ୍ର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।