
ଭୁବନେଶ୍ୱର ,ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟଶାଖା ତରଫରୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ମୁକ,ବଧିର,ଦୃଷ୍ଟିହୀନ, ଶାରୀରିକ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ବ୍ୟକ୍ତିମାନଙ୍କୁ ୪ଟି ଦିବ୍ୟାଙ୍ଗ ବର୍ଗରେ (1. Speech & Hearing Impaired, 2. Visually Impaired, 3.Orthopaedically Challenged, 4.Cerebral Palsy & Mentally Retarded) ଆଗାମୀ ଉତ୍କଳ ଦିବସ (୧ ଏପ୍ରିଲ, ୨୦୨୫)ରେ ପୁରସ୍କୃତ କରାଯିବ।
ପ୍ରତ୍ୟେକ ଦିବ୍ୟାଙ୍ଗ ବର୍ଗରେ ଦୁଇଜଣବ୍ୟକ୍ତିଙ୍କୁ ପୁରସ୍କାର ଆକାରରେ ନଗଦ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ।
ଏଥିନିମନ୍ତେ ସରକାରୀ, ଅର୍ଦ୍ଧସରକାରୀ ଏବଂ ଦିବ୍ୟାଙ୍ଗମାନଙ୍କର ସମାନ ସୁଯୋଗ, ଅଧିକାର, ସୁରକ୍ଷା ଓ ସକ୍ରୀୟ ଅଂଶଗ୍ରହଣ ପାଇଁ କାର୍ଯ୍ୟକରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ପ୍ରତ୍ୟେକ ଦିବ୍ୟାଙ୍ଗ ବର୍ଗ ନିମନ୍ତେ ଦୁଇ ଜଣ ବ୍ୟକ୍ତିଙ୍କ ନାମ ଅନୁମୋଦନ କରି ଦରଖାସ୍ତ ସହ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଫଟୋ ଏବଂ ନିର୍ଦ୍ଧାରିତ ଫର୍ମ ଅନୁଯାୟୀ ସମ୍ପୂର୍ଣ୍ଣ ବିବରଣୀ ଆଦି ଜିଲ୍ଲାପାଳ ଓ ଜିଲ୍ଲାଶିକ୍ଷା ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ଏହାପରେ ଦାଖଲ ହୋଇଥିବା ଫର୍ମ ମଧ୍ୟରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନେ ପ୍ରତ୍ୟେକ ଦିବ୍ୟାଙ୍ଗ ବର୍ଗରୁ ଦୁଇଜଣ ବ୍ୟକ୍ତିଙ୍କ ନାମ ମନୋନୟ କରି ଆସନ୍ତା ୨୫ ଫେବୃଆରୀ,୨୦୨୫ ସୁଦ୍ଧା ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା, ରେଡ଼କ୍ରସ ଭବନ, ଭୁବନେଶ୍ୱରକୁ ପ୍ରେରଣ କରିବେ।
୨୮ ଫେବୃଆରୀ,୨୦୨୫ ପରେ କୌଣସି ଦରଖାସ୍ତ ବିଚାରକୁ ନିଆଯିବ ନାହିଁ ବୋଲି ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ସୂଚନା ପ୍ରଦାନ କରାଯାଇଛି।
ଆସନ୍ତା ଉତ୍କଳ ଦିବସ (୧ ଏପ୍ରିଲ, ୨୦୨୫) ଦିନ ୮ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ପୁରସ୍କୃତ କରାଯିବ।