
ଭୁବନେଶ୍ୱର– ଅରୁଣାଚଳ ପ୍ରଦେଶ ଓ ମିଜୋରାମବାସୀଙ୍କୁ ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ବାସୀଙ୍କୁ ରାଜ୍ୟ ଦିବସର ଅବସରରେ ଶୁଭକାମନା । ଉଭୟ ଅରୁଣାଚଳ ପ୍ରଦେଶ ଓ ମିଜୋରାମର ସୁନ୍ଦର ଭୂମି, ସମୃଦ୍ଧ ସଂସ୍କୃତି ଏବଂ ନିଆରା ପରମ୍ପରା ଭାରତ ପାଇଁ ମୂଲ୍ୟବାନ ସଂପଦ । ଦେଶକୁ ସୁଦୃଢ, ସଂଜୀବତା ଏବଂ ବିବିଧତାକୁ ଅଗ୍ରଗତି କରିବାରେ ଏହି ଦୁଇଟି ରାଜ୍ୟର ବିକାଶ ଓ ସୌହାର୍ଦ୍ଦ୍ୟ ବଜାୟ ରହୁ ।