
ଗଂଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ମିଲର ଯନ୍ତ୍ରଣା ଉତ୍କଟ ହୋଇଥିବା ଜଣାପଡ଼ିଛି। ଏହି ବ୍ଲକ ପାଇଁ ଧାନ ମଣ୍ଡିକୁ ଧାନ ସଂଗ୍ରହ ପାଇଁ କଣଭାଗ ଗ୍ରାମର ବାବୁ ପାଣିଗ୍ରାହୀ (ମିଲର) ଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଚାଷୀଙ୍କ ଠାରୁ ବିଶେଷ କରି କ୍ଷୁଦ୍ର ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନକରି ଅଧିକ ଲାଭବାନ ହେବାକୁ ବତଦଡ଼ ଵଡଚାଷୀଙ୍କଠାରୁ ଶହଶହ କୁଇଣ୍ଟାଲ ଧାନ ସଂଗ୍ରହ କରୁଛନ୍ତି। କ୍ଷୁଦ୍ର ଚାଷୀ ମାନେ ଧାନ ନେବାକୁ ଅନୁରୋଧ କଲେ ସେମାନଙ୍କର ଉତ୍ତମ ମାନର ଧାନକୁ ନିମ୍ନ ମାନର ଧାନ କହି ଧାନ ନେବାକୁ ମନା କରୁଛନ୍ତି। ଯେଉଁ ଚାଷୀ କଟନୀଛଟନୀ ପାଇଁ ପାଞ୍ଚରୁ ସାତ କେଜି ଧାନ ଦେଉଛନ୍ତି ଏଥି ସହିତ ଦୁଇଶହ ଟଙ୍କା ଯେଉଁ କ୍ଷୁଦ୍ର ଚାଷୀ ପାଉଣା ଦେଉଛନ୍ତି ତାଙ୍କର ଧାନ ନେଉଛନ୍ତି। ତହର ଗାଁର ହୀନ ନାହାକ ଦୀର୍ଘ ୧୫ଦିନହେଲା ୯ ବସ୍ତା ବାନ୍ଧି ଵାହାରେ ମଣ୍ଡିକୁ ଦେବାକୁ ରଖିଛି। ତେବେ ମିଲର ବିଭିନ୍ନ ଆଳ ଦେଖାଇ ପୂର୍ବ ସରକାରଙ୍କ ସମୟରେ ପରିପୃଷ୍ଟ ହୋଇଥିବା ଏହି ମିଲର ଵିଜେପି ସରକାରଙ୍କୁ ବଦନାମ କରିବାକୁ ଚାଷୀମାନଙ୍କୁ ହଇରାଣ, ହଟହଟା କରିବା ପାଇ ଧାନ ନେଉନାହାନ୍ତି ବୋଲି ଚର୍ଚା ହେଉଛି। ମୁଣ୍ଡିକୁ ଧାନ ଦେବାପାଇଁ ଚାଷୀଟି କେତେଦିନ ସଵୁ କାମଧନ୍ଦା ଛାଡି ଘରେ ବସି ରହି ଅପେକ୍ଷା କରିବ?ଫଳରେ ଏହି ଧରଣର ଚାଷୀ ମାନେ କୀଟ ପତଙ୍ଗ ଗାଇ ଗୋରୁ ଓ ଚୋର ଉପଦ୍ରବରେ କ୍ଷତିଗ୍ରସ୍ତ ହେଉଛନ୍ତି। ତୁରନ୍ତ ଯୋଗାଣ ବିଭାଗ ମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଘଟଣାର ତଦନ୍ତ କରି ସଂପୃକ୍ତ ମିଲରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।