
ସୁବର୍ଣ୍ଣପୁର– ଓଡିଶା ସରକାରଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମଗ୍ର ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କର ପାର୍ଟ ଟାଇମ (ଅସ୍ଥାୟୀ) ଚାକିରି କୁ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାର କଳା ଓ କ୍ରାଡା ଶିକ୍ଷକ ସଂଘ ଜିଲ୍ଲାପାଳ ଓ ଡିଇଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ୨୦୧୩ ମସିହାରୁ କଳା (ଭିଜୁଆଲ୍ ଆର୍ଟ/ ପାରଫରମିଙ୍ଗ ଆର୍ଟ ) ଓ କ୍ରୀଡା ପ୍ରଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ ସୁଦ୍ଧା ସେମାନଙ୍କୁ ସ୍ଥାୟୀ କରାଯାଇନାହିଁ । ଦୀର୍ଘ ୧୨ ବର୍ଷ ଧରି ନିଯୁକ୍ତି ପାଇଥିବା ଏହି ସାମୟିକ ପ୍ରଶିକ୍ଷକ ମାନେ ନିଃସ୍ୱାର୍ଥପର ଭାବରେ ବିଦ୍ୟାଳୟ ମାନଙ୍କରେ ନିଜର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରୁଥିବା ସତ୍ୱେ ପ୍ରତି ମୁହୁର୍ତରେ ଅବହେଳା ର ଶିକାର ହୋଇଆସୁଛନ୍ତି ।
କିନ୍ତୁ ରାଜ୍ୟ ସରକାରାଙ୍କର ସର୍ବଶିକ୍ଷା ଅଭିଯାନ ଅଧୀନରେ କାର୍ଯ୍ୟରତ ଶିକ୍ଷାସହାୟକ ୨୦୦୮ ମସିହାରେ, ଗଣଶିକ୍ଷକ ମାନଙ୍କୁ ୨୦୧୭ ମସିହାରେ ଏବଂ ବହୁଭାଷୀ ( ଏମ.ଏଲ.ଉ) ଶିକ୍ଷକ ମାନଙ୍କୁ ୨୦୨୨ ସମିହାରେ କ୍ୟାଡରଭୁକ୍ତ କରାଇ ଯେଉଁଭଳି ଭାବରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେହିଭଳି ଆମ୍ଭ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କ କ୍ୟାଡରଯୁକ୍ତ କରାଇ ସ୍ଥାୟୀ ନିଯୁକ୍ତି ପ୍ରଦାନ କଲେ ଆମ୍ଭେ ୪୭୮୧ କଳା ଓ କ୍ରୀଡା ଶିକ୍ଷକଙ୍କ ପରିବାର ଆପଣଙ୍କ ନିକଟରେ କୃତଜ୍ଞ ହେବୁ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ।
ଏହି ଅବସରରେ ସଂଘର ସମ୍ପାଦକ ଚୌଧୁରୀ ବିଭାର, ସହ ସମ୍ପାଦକ ସଞ୍ଜୟ କୁମାର ସାହୁ, ଶ୍ୟାମ ସୁନ୍ଦର ମେହେର, ଶ୍ରୀନିବାସ ସାହୁ, ଆଲୋକ ଗହନ,ସୁକାନ୍ତ କୁମାର ମାହାକୁର, ପ୍ରସନ୍ନ କୁମାର ତାଣ୍ଡି, ପ୍ରମୋଦ କୁମାର ନାୟକ, ସୁଜାତା ସାହୁ, ସୁରେନ୍ଦ୍ର ମେହେର, ମିନାକ୍ଷୀ ପଣ୍ଡା, ନିର୍ମଳ ପୋଡ଼, ସୁରେନ୍ଦ୍ର କୁମାର ମେହେର, ରାମ କୁମାର ପାତ୍ର ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ l