
ମାଲକାନଗିରି,କାଲିମେଳା ଥାନା ଅନ୍ତର୍ଗତ ଗୁମକା ଗ୍ରାମରେ ଚାଞ୍ଚଲ୍ୟ | ଆଦିବାସୀ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଇଛି | ଏହି ମାମଲାରେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି|
ଗୁମକା ଗ୍ରାମର ମାଲା ମାଡକାମୀଙ୍କ ପତ୍ନୀ ଘରେ ଏକୁଟିଆ ଥିବା ବେଳେ ପୁଲିମେଟଲା ଗ୍ରାମର ଜଣେ ଯୁବକ ଘରେ ପଶି ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବାର ସନ୍ଦେହ କରାଯାଉଛି | ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଏହି ଘଟଣା ଘଟିଥିବାର ଗ୍ରାମବାସୀ କହିଛନ୍ତି | ତେବେ ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ କାବୁ କରିବା ସହିତ ଗଛରେ ବାନ୍ଧି ନିର୍ଧୁମ ଛେଚି ଥିବାର ଜଣା ପଡ଼ିଛି | ଖବର ପାଇ କାଲିମେଳା ଥାନା ପୁଲିସ ଘଟଣାସ୍ଥଳରୁ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖି ଅଧିକ ପଚରାଉଚରା କରିଛି|
ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୪ଟା ସମୟରେ ଗୁମକା ଗ୍ରାମର ମାଲା ମାଡକାମୀଙ୍କ ପତ୍ନୀ ଘରେ ଏକୁଟିଆ ଥିବା ବେଳେ ପୁଲିମେଟଲା ଗ୍ରାମର ଜଣେ ଯୁବକ ଘରେ ପଶି ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବାର ସନ୍ଦେହ କରାଯାଉଛି | ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଏହି ଘଟଣା ଘଟିଥିବାର ଗ୍ରାମବାସୀ କହିଛନ୍ତି | ତେବେ ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ କାବୁ କରିବା ସହିତ ଗଛରେ ବାନ୍ଧି ନିର୍ଧୁମ ଛେଚି ଥିବାର ଜଣା ପଡ଼ିଛି | ଖବର ପାଇ କାଲିମେଳା ଥାନା ପୁଲିସ ଘଟଣାସ୍ଥଳରୁ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖି ଅଧିକ ପଚରାଉଚରା କରିଛି | ଘର ଭିତରେ ମହିଳା ମୃତ ଶରୀର ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବାରୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି | କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି |