
କନ୍ଧମାଳ , ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଆଜି ଏକ ୧୨ ବର୍ଷିୟ ନାବାଳିକା ଅପହରଣ ମାମଲା ର ବିଚାର କରି ମାମଲାର ୧୮ ଜଣ ସାକ୍ଷୀ,ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ, ଫୁଲବାଣୀ ମୋଚି ସାହି ଅଂଚଳର ଆକାଶ ମେହେର (୨୩) କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଆଉ ଅଧିକ ୧ଵର୍ଷ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି ବିଚାରପତି । ସରକାର ଙ୍କ ତରଫରୁ ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
ଘଟଣା ଅନୁସାରେ ଗତ ୨୦୨୧ ମସିହା ଜୁନ୍ ମାସ ୨୦ ତାରିଖ ସନ୍ଧ୍ୟା ସାତଟା ପରଠୁ ପିଡିତା ନିଖୋଜ ହୋଇଥିଲା । ଅଭିଯୁକ୍ତ ପିଡ଼ିତା କୁ ଡରେଇ ଧମକେଇ ଜୋର ଜବରଦସ୍ତି ବାଇକ୍ ରେ ବସେଇ ଏକ ନିକାଞ୍ଚନ ଯାଗାରେ ଥିବା ଭଙ୍ଗା ଘରକୁ ନେଇଥିଲା। ପିଡିତା ର ନିଖୋଜ ସଂକ୍ରାନ୍ତରେ ତା’ର ପିତା ଫୁଲବାଣୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ଥାନାଧିକାରୀ ଥାନା ଏକ ମାମଲା ୯୪/୨୧ ରୁଜୁ କରି ଏସ୍ ଆଇ କିଶୋର କୁମାର ମହାକୁଡ଼ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ। ଆଜି ବିଚାରପତି ଉକ୍ତ ମାମଲାର ରାୟ ପ୍ରକାଶ କରି ଉପୋରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ପିଡ଼ିତା ଙ୍କୁ ମଧ୍ୟବତ୍ତୀ କ୍ଷତିପୂରଣ ବାବଦକୁ ଏକ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ।