
ଭୁବନେଶ୍ୱର,ପୂର୍ତ୍ତ, ଅବକାରୀ ଓ ଆଇନ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଆଜି ଭାରତ ଓ ସ୍ପେନ ମହିଳା ହକି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ।
ଏହି ଅବସରରେ ହକି ଇଣ୍ଡିଆ ପ୍ରେସିଡେଣ୍ଟ ଶ୍ରୀ ଦିଲୀପ ତିର୍କୀ ଏବଂ ଭାରତୀୟ ମହିଳା ଫୁଟବଲ ଟିମ୍ ର ପୂର୍ବତନ କ୍ୟାପଟେନ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଉପସ୍ଥିତ ଥିଲେ।
ଭାରତ ଓ ସ୍ପେନ ମହିଳା ହକି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ସ୍ପେନ ମହିଳା ହକି ଦଳ ବିଜୟ ହାସଲ କରିଛନ୍ତି।