
ଭୁବନେଶ୍ୱର– ୨୦୨୩-୨୪ରେ ନନ୍ଦନକାନନ ଆସିଛନ୍ତି ୩୯.୧୮ଲକ୍ଷ ପର୍ଯ୍ୟଟକ । ବିଧାନସଭାରେ ପଚରାଯାଇଥିବା ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଉତର ରଖିଛନ୍ତି ।
୨୦୨୧-୨୨ବର୍ଷରେ ନନ୍ଦନକାନନକୁ ଆସିଛନ୍ତି ୧୪.୬୨୪ଲକ୍ଷ ପର୍ଯ୍ୟଟକ ଏବଂ ଆଦାୟ ହୋଇଛି ୫୬୮.୭୮୩ ଲକ୍ଷ ଟଙ୍କା । ସେହିପରି ୨୦୨୨-୨୩ବର୍ଷରେ ନନ୍ଦନକାନନ ଆସିଛନ୍ତି ୩୮.୬୮୦ଲକ୍ଷ ପର୍ଯ୍ୟଟକ ଏବଂ ଆଦାୟ ହୋଇଛି ୧୬୦୦.୫୧ଲକ୍ଷ ଟଙ୍କା । ଏବଂ ୨୦୨୩-୨୪ରେ ଆସିଛନ୍ତି ୩୯.୧୮ଲକ୍ଷ ପର୍ଯ୍ୟଟକ ଏବଂ ଆଦାୟ ହୋଇଛି ୧୫୭୪.୭୨ ଲକ୍ଷ ଟଙ୍କା ।