
ଗଂଜାମ- ଦିନକୁ ଦିନ ସର୍ବ ସାଧାରଣଙ୍କ ଖାଦ୍ୟ ସାମଗ୍ରୀର ନକଲି ସାମଗ୍ରୀ ପ୍ରସ୍ତୁତ କରିବା ବଢୁଛି ଏବଂ ବିଭିନ୍ନ ଖାଦ୍ୟ ପଦାର୍ଥରେ ନକଲି ରଙ୍ଗର ପ୍ରୟୋଗ ଫଳରେ କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗରେ ପୀଡିତ ହେବାକୁ ପଡୁଛି। ଏହାର ତୁରନ୍ତ ନିରାକରଣ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଆଲୋଚନା ବୈଠକ ଅବସରରେ ମତବ୍ୟକ୍ତ କରାଯାଇଥିଲା ଏବଂ ଏପରି ଖାଦ୍ୟ ପଦାର୍ଥର ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରଯାଇଥିଲା ।
ଅନୁଷ୍ଠାନର ସଭାପତି ରାଧା ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉପସଭାପତି ଡାକ୍ତର ପ୍ରାଣ ଚାନ୍ଦ ପଣ୍ଡା, ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ, ସମ୍ପାଦକ ରଜନୀ କାନ୍ତ ମଣ୍ଡଳ ପ୍ରମୁଖ ମଞ୍ଚାସିନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୋଟୋଚିତ୍ରରେ ଧୂପ ପ୍ରଦାନ କରି ସଭା ଉଦ୍ଘାଟନ କରିଥିଲେ।