
ଭୁବନେଶ୍ୱର–ଆଜିଠୁ କଂଗ୍ରେସର ପଦଯାତ୍ରା । ନୂଆ ପିସିସି ସଭାପତି ଭୁବନେଶ୍ୱରରେ ପହଂଚିବା ପରେ 3 ଦିନ ଧରି ଚାଲିବ କଂଗ୍ରେସ ପଦଯାତ୍ରା । ଆଜିଠୁ ଭୁବନେଶ୍ୱରରୁ ଆରମ୍ଭ ହେବ ଏହି ପଦଯାତ୍ରା। ସଂକଳ୍ପ ପଦଯାତ୍ରା ଭୁବନେଶ୍ୱର ବିମାନବନ୍ଦର ଠାରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଯିବ । ଲିଙ୍ଗିପୁରରେ ମଧ୍ୟାହ୍ନ ପରେ ସେଠାରୁ ପିପିଲି ପର୍ଯନ୍ତ ପଦଯାତ୍ରା ଚାଲିବ। ପିପିଲିରେ ରାତ୍ରିଯାପନ କରିବେ। ପିପିଲିରୁ 19 ତାରିଖରେ ପୁନର୍ବାର ପଦଯାତ୍ରା ଆରମ୍ଭ ହୋଇ ତେଇଶିପୂରୁ ପର୍ଯନ୍ତ ଯିବ। ସେଠାରେ ମଧ୍ୟାହ୍ନଭୋଜନ ପରେ ଚନ୍ଦନପୁରରେ ପଦଯାତ୍ରା ପହଂଚି ସେଠାରେ ରାତ୍ରିଜାପାନ କରିବେ କଂଗ୍ରେସ ନେତା ଭକ୍ତ। 20 ତାରିଖ ସକାଳେ ପଦଯାତ୍ରା ଚନ୍ଦନପୁରରୁ ବାହାରି ବାଟ ମଙ୍ଗଳା ଯାଏଁ ଯିବ। ସେଠାରେ ମଧ୍ୟାହ୍ନଭୋଜନ କରିବା ପରେ ଅପରାହ୍ନରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଦର୍ଶନ ପରେ ଶେଷରେ ଗଣମାଧ୍ୟମଙ୍କୁ ସମ୍ବୋଧିତ କରିବେ। ସଫଳ ଓଡିଶାର ରୂପାୟନ ସହ ଓଡ଼ିଶାର ଉର୍ନତି କାମନା କରିବା ହିଁ ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ।