
କନ୍ଧମାଳ– ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାଶ ଆଜି ଏକ ନାବାଳିକା ଦୁସ୍କର୍ମ ମାମଲାର ବିଚାର କରି ଘଟଣାର ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଏବଂ ପୀଡିତାଙ୍କ ବୟାନ ଆଧାରରେ ଅଭିଯୁକ୍ତ ଟିକାବାଲି ଥାନାା ଅନ୍ତର୍ଗତ ତୋଟା ପଦର ଗ୍ରାମର ଷ୍ଟିଭେନ୍ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରି ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୯ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ଶୁଣାଇଛନ୍ତି ବିଚାରପତି।
ସୂଚନା ଅନୁଯାୟୀ, ଗତ ୨୦୨୨ ମସିହା ଅପ୍ରେଲ ମାସ ୧ ୦ ତାରିଖ ଦିନ ହେମନ୍ତ ସମ୍ପୃକ୍ତ ଅଞ୍ଚଳର ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପକ୍ଷରୁ ଟିକାବାଲି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଟିକାବାଲି ପୋଲିସ୍ ଏକ ମାମଲା ୧୯/୨୦୨୨ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ଆଜି ସେହି ମାମଲାରର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ମାମଲାକୁ ପୋକ୍ସୋ କୋର୍ଟ ର ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରିଥିଲେ।