
ଭୁବନେଶ୍ୱର– ଆଗାମୀ ୨ ଦିନ ମଧ୍ୟରେ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ବୃଦ୍ଧି ପାଇପାରେ । ଏବଂ ଏହା ପରେ ମଧ୍ୟ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।