
ନୂଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସ୍ୱାମୀ ରାମକୃଷ୍ଣ ପରମହଂସଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ସୋଶିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଏକ ବାର୍ତ୍ତାରେ କହିଛନ୍ତି ସମସ୍ତ ଦେଶବାସୀଙ୍କ ତରଫରୁ ସ୍ୱାମୀ ରାମକୃଷ୍ଣ ପରମହଂସ ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ କରୁଛୁ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ସେୟାର କରାଯାଇଥିବା ଏକ ଭିଡିଓରେ କହିଛନ୍ତି ,ସ୍ୱାମୀ ରାମକୃଷ୍ଣ ପରମହଂସ ଏକ ଏପରି ସନ୍ଥ ଥିଲେ ଯିଏକି ମାତା କାଳୀଙ୍କ ସ୍ପଷ୍ଟ ଦର୍ଶନ ପାଇଥିଲେ।ଯିଏ ମାତା କାଳୀଙ୍କ ଚରଣରେ ନିଜର ସବୁକିଛି ଉତ୍ସର୍ଗ କରିଦେଇଥିଲେ।ସେ କହିଥିଲେ ଯେ ସମଗ୍ର ଜଗତ ଏବଂ ସବୁକିଛି ମାଙ୍କ ଚେତନା ଦ୍ୱାରା ବ୍ୟାପିଛି।ଏହି ଚେତନା ବଙ୍ଗଳାର କାଳୀପୁଜାରେ ଥିଲା।ଏହି ଚେତନା ବଙ୍ଗାଲ ଏବଂ ସମଗ୍ର ଭାରତର ବିଶ୍ୱାସରେ ମଧ୍ୟ ଅଛି।ଏହି ଚେତନା ଏବଂ ଶକ୍ତିର ଏକକୁଞ୍ଜକୁ ସ୍ୱାମୀ ବିବେକାନନ୍ଦ ଭଳି ଯୁଗ ପୁରୁଷ ଭାବରେ ସ୍ୱାମୀ ରାମକୃଷ୍ଣ ପରମହଂସ ପ୍ରଦୀପ୍ତ କରିଥିଲେ।ମୁଁ ଗୁରୁଦେବ ରାମକୃଷ୍ଣ ପରମହଂସ ଜୀଙ୍କୁ ତାଙ୍କ ଶ୍ରୀ ଚରଣରେ ପ୍ରଣାମ କରୁଛି।