
ପୁଲୱାମା -ଶୋପିୟାଂ ପରେ ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରୁ ସୁରକ୍ଷାବାହିନୀ ଆଜି ଆଉ ଏକ ସନ୍ଦିଗ୍ଧ ବସ୍ତୁ ପାଇଛନ୍ତି ଯାହା ଇମ୍ପ୍ରୋୱାଇଜ୍ଡ ଏକ୍ସପ୍ଲୋସିବ ଡିଭାଇସ(ଆଇଇଡୀ)ଭଳି ଅଟେ ।ଜଣେ ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧ ବସ୍ତୁ ତ୍ରାଲର ପିଙ୍ଗଲିଶ ନାଗୱାଡୀରୁ ମିଳିଥିଲା ଯାହାପରେ ସୁରକ୍ଷାବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିଦେଇଥିଲେ। ସେ କହିଛନ୍ତି ଯେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳକୁ ଡକାଯାଇଛି। ଏହା ପୁର୍ବରୁ ଶୋପିୟାଂ ଜିଲ୍ଲାର କାଶବା ଚିତ୍ରଗାମ ଗ୍ରାମରୁ ସୁରକ୍ଷାବାହିନୀ ଆଜି ସକାଳେ ଏକ ଇମ୍ପ୍ରୋୱାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡୀ)ଉଦ୍ଧାର କରିଥିଲେ।ଏହାର କିଛି ସମୟ ପରେ ବୋମା ନିଷ୍କାସନକାରୀ ଦଳ ଘଟଣାସ୍ଥଳରେ ପହଁଞ୍ଚି ସଫଳତାର ସହ ଏହାକୁ ନିଷ୍କ୍ରିୟ କରିଦେଇଛନ୍ତି।ପ୍ରାୟ 6ରୁ 7 କିଲୋଗ୍ରାମ ବିଶିଷ୍ଟ ଆଇଇଡି ପ୍ରେସର କୁକର ଭିତରେ ରଖାଯାଇଥିଲା।