ପୁରୀ- ବସନ୍ତ ପଂଚମୀ ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ସମୁଦ୍ର ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ବିଦ୍ୟାଦାତ୍ରୀ ବୀଣାପାଣୀ ମା ସରସ୍ୱତୀ ଦେବୀଙ୍କ ଏକ ସୁଉଚ୍ଚ ବାଲୁକା ମୂର୍ତି । ନିଜର ଏହି ବାଲୁକା କଳା ମାଧ୍ୟମରେ ବିଶ୍ୱକୁ କରୋନା ଭାଇରସ୍ କବଳରୁ ରକ୍ଷା କରିବା ପାଇଁ ସେ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ବାଲୁକା କଳା ୧୫ ଫୁଟ୍ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ୍ ବାଲି ବ୍ୟବହୃତ ହୋଇଥିବା ଜଣାପଡିଛି । ମାନସ ଏବଂ ତାଙ୍କ ବାଲୁକା କଳା ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ସହଯୋଗ ତଥା ୭ ଘଂଟାର ଉଦ୍ୟମ ଫଳରେ ଏହି ସୁଉଚ୍ଚ ବାଲୁକା କଳା ସମ୍ପୂର୍ଣ୍ଣ ହୋଇପାରିଛି ।
ଅନ୍ୟପକ୍ଷରେ ଏହି ବାଲୁକା କଳା ମାଧ୍ୟମରେ ସେ ମାନବ ସମାଜକୁ ଷ୍ଟେ ଇନଫର୍ମଡ୍ ଆଣ୍ଡ ଷ୍ଟପ୍ କରୋନା ଭାଇରସ ଓ ବସନ୍ତ ପଂଚମୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ବାର୍ତା ଦେଇଛନ୍ତି ।