ଧର୍ମଶାଳା – ଯାଜପୁର ଜିଲାରେ ବରୀ ଏକ ଅଗ୍ରଣୀ ନିର୍ବାଚନ ମଣ୍ଡଳିଭାବେ ପରିଗଣତି ହେବ । ବିକାଶ ଦ୍ୱିଗୁଣିତ ହେବ । ସାଧାରଣ ଲୋକଙ୍କ ନିକଟତର ହେବାକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ସେମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ ବିଜେଡିର ମୂଳ ଲକ୍ଷ୍ୟ ଏବଂ ଗତ ନିର୍ବାଚନରେ ବରୀ ନିର୍ବାଚନ ମଣ୍ଡଳୀ ଯେପରିଭାବେ ବିଜେଡିକୁ ଯେଉଁ ହାରରେ ବିଜୟୀ କରାଇଥିଲେ ତାହାଠାରୁ ଅଧିକ ସଭ୍ୟ ସଂଗ୍ରହ କରିବ ବୋଲି ବୋଲି ବରୀ ବିଧାୟିକା ସୁନନ୍ଦା ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଆଜି ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକର ୧୦ଗୋଟି ପଂଚାୟତରେ ବିଜେଡି ପକ୍ଷରୁ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ବରୀ ନିର୍ବାଚନ ମଣ୍ଡଳୀ ସଦସ୍ୟତା ଅଭିଯାନର ସଂଯୋଜକ ଦେବେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଗୋପାଳପୁର ଡାକବଙ୍ଗଳାଠାରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଓ ବିଧାୟିକା ସୁନନ୍ଦା ଦାସ ଯୋଗ ଦେବାପରେ ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ପ୍ରଥମାଖଣ୍ଡ ପଂଚାୟତ ୮ ନଂ ୱାର୍ଡର ଘରଘର ବୁଲି ଏହି ସଭ୍ୟ ସଂଗ୍ରହ କରିବା ସହିତ ଏହି ସଭ୍ୟ ସଂଗ୍ରହ ସମ୍ପର୍କରେ ସଚେତନତା କରାଯାଇଥିଲା ।
ଏହି ସଭ୍ୟ ସଂଗ୍ରହ ଅଭିଯାନରେ ବରୀ ବ୍ଲକ ସଂଯୋଜକ ନୀଳମଣୀ ସାମଲ, ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ରସୁଲପୁର ବ୍ଲକ ସଂଯୋଜକ ତଥା ଅତଲାପୁର ସରପଂଚ ପ୍ରଫୁଲ୍ଲ ସାହୁ, ୮ନଂ ଜୋନ୍ ସଂଯୋଜକ ତଥା ବ୍ରହ୍ମବରଦା ସରପଂଚ ବିଜୟ ଦାସ, ୯ନଂ ଜୋନ୍ ସଂଯୋଜକ ତଥା ସାମନ୍ତରାପୁର ସରପଂଚ ଅଭିମନ୍ୟୁ ମହାଳିକ, ୧୦ ନଂ ଜୋନର ସଂଯୋଜକ ତଥା ଜିଲା ଉପ-ସଭାପତି ବେଣୁଧର ଦାସ ଏବଂ ୧୦ ଗୋଟି ପଂଚାୟତର ପର୍ଯ୍ୟବେକ୍ଷକ ଭାବେ ପ୍ରଥମାଖଣ୍ଡର ବିକ୍ରମ ନାୟକ, ରଜେନ୍ଦ୍ରପୁରର ସୂର୍ଯ୍ୟମଣୀ ବେହେରା, ଅତଲାପୁରର ସନାତନ ବାରିକ, ରାଉତରାପୁରର ଅଜ୍ଜୁନ ନାୟକ, ବ୍ରହ୍ମବରଦାର ମହେଶ୍ୱତା ନାୟକ, ବନ୍ଧଡିହର ରାକେଶ ଦେଓ, ମହେଶ୍ୱରପୁରର ସୁଶାନ୍ତ ବେହେରା, ମଙ୍ଗରାଜପୁରର ଛବିଳ ଜେନା, ଅର୍ଥଙ୍ଗାର ସେକ୍ ଅକ୍ତର ଅଲ୍ଲୀ, ସାମନ୍ତରାପୁରର ଲକ୍ଷ୍ମୀଧର ମହାନ୍ତ, ବରୀ ନିର୍ବାଚନ ମଣ୍ଡଳିର ଯୁବନେତା ଅଶୋକ ସାମଲ, କେଦାର ସାମଲ, ପ୍ରମୋଦ ସାମଲ, ଆର୍ତବନ୍ଧୁ ସାମଲ, ଅରବିନ୍ଦ ମହାନ୍ତି, ବିଭୂତି ସାହୁଙ୍କ ସମେତ ପଂଚାୟତର ସରପଂଚ, ସମିତିସଭ୍ୟ ସଭ୍ୟା ଓ ବିଜେଡିର ଆଗଧାଡିର କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟରେ ବିଧାୟିକା ଅତଲାପୁର ପଂଚାୟତରେ ପଂହଚି ଗାଁ ଗାଁ ବୁଲି ସଭ୍ୟ ସଂଗ୍ରହ କରିଥିଲେ । ଗ୍ରାମରେ ମହିଳାମାନେ ବିଧାୟିକାଙ୍କ ନିକଟରେ ସେମାନଙ୍କର ସୁଖଦୁଃଖ ବଖାଣିଥିଲେ । ଶେଷରେ ଅଲେଖ ପଲାଇ ଧନ୍ୟବାଦ ଅର୍ପର୍ଣ କରିଥିଲେ ।