
ଟିଟିଲାଗଡ଼, ଗତକାଲି ଟିଟିଲାଗଡ଼ କ୍ଷତ୍ରିୟ/ଖଣ୍ଡାୟତ ସମାଜର ବାର୍ଷିକ ଉତ୍ସବ ଟିଟିଲାଗଡ଼ ନିକଟସ୍ଥ ନାନାଝର ଗ୍ରାମ ଦ୍ୱାରସନୀ ମନ୍ଦିର ପ୍ରାଙ୍ଗଣରେ ପାଳନ କରାଯାଉଛି। ଉକ୍ତ ଉତ୍ସବରେ ବିପୁଳ ସଂଖ୍ୟାରେ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ। ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭୂଷଣ ବରାଡ, ବୈଦ ଜିଲ୍ଲାର ସଭାପତି ଶ୍ରୀଯୁକ୍ତ ସତ୍ୟାନନ୍ଦ ଜେନା, ଲୋଇସିଂହା ବ୍ଲକ ସଭାପତି ଶ୍ରୀଯୁକ୍ତ ଶେଷଦେବ ସା ଉତ୍ସବରେ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଟିଟିଲାଗଡ଼ କ୍ଷତ୍ରିୟ/ଖଣ୍ଡାୟତ ସମାଜର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ଏବଂ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯାଇଦୀପ ପ୍ରଜ୍ବଳନ କରାଯାଇଥିଲା। ଟିଟିଲାଗଡ଼ କ୍ଷତ୍ରିୟ/ଖଣ୍ଡାୟତ ସମାଜର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନଙ୍କର ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଯୋଗଦେଇଥିବା ଅତିଥି ବୃନ୍ଦ ସମାଜର ଉଦେଶ୍ୟ, ଲକ୍ଷ୍ୟ ବିଷୟରେ ଉଦବୋଧନ ଦେଇଥିଲେ।ଏହି ସଭାକୁ ଶ୍ରୀ ଜୋତି ପ୍ରକାଶ ଗଡତିଆ ସଞ୍ଚାଳନ କରିଥିଲେ ଏବଂ ଶେଷରେ ଶ୍ରୀ ହୃଦାନନ୍ଦ ପୁହାଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ସମସ୍ତଙ୍କ ନିମନ୍ତେ ଭୋଜିଭାତର ଆୟୋଜନ କରାଯାଇଥିଲା।