
ନୂଆଦିଲ୍ଲୀ– କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ଗୁଜବକୁ ଖଣ୍ଡନ କରିଛି । ଅଭିଭାବକ ଓ ବିଦ୍ୟାର୍ଥୀଙ୍କୁ ବୋର୍ଡ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା ସଂପର୍କରେ ସୋସିଆଲ ମିଡିଆରେ କରାଯାଉଥିବା ମିଛ ପ୍ରତିଶ୍ରୁତି ପ୍ରତି ସତର୍କ ରହିବାକୁ ବୋର୍ଡ କହିଛି ।
ସିବିଏସଇ ଏକ ଔପଚାରିକ ବୟାନରେ କହିଛି ଯେ, ସେମାନେ ପରୀକ୍ଷା ସୂଚାରୁ ରୂପେ ଓ ନିରପେକ୍ଷ ସଂଚାଳନକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏହାସହିତ କହିଛନ୍ତି ଯେ, ବୋର୍ଡ ଜାଣିବାକୁ ପାଇଛି ଯେ, କିଛି ଅସାମାଜିକ ତତ୍ୱ ୟୁଟ୍ୟୁବ, ଫେସବୁକ୍, ଏକ୍ସ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପେପର ଲିକ୍ ହେବା କିମ୍ବା 2025 ପରୀକ୍ଷାର ପ୍ରଶ୍ନପତ୍ର ଦେବାକୁ ପ୍ରତିଶ୍ରୁତି ଦେବା ପାଇଁ ଗୁଜବ ପ୍ରଚାର କରୁଛନ୍ତି । ବୟାନରେ କୁହାଯାଇଛି ଯେ, ଏହି ପ୍ରତିଶ୍ରୁତି ନିରାଧାର ଅଟେ ଏବଂ ଏମାନଙ୍କ ଉଦ୍ଦେଶ୍ୟ ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ଅନାବଶ୍ୟକ ଆତଙ୍କ ସୃଷ୍ଟି କରିବା । ବୋର୍ଡ ସକ୍ରିୟ ଭାବେ ନଜର ରଖିଛି ଏବଂ ଭୁଲ ସୂଚନା ପ୍ରଚାର କରୁଥିବା ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛି ।