
ମଥୁରା, ପଦଯାତ୍ରାକୁ ବୃନ୍ଦାବନ ନଗର ଏନଆରଆଇ ଗ୍ରୀନ କଲୋନୀବାସୀ କରିଥିଲେ ବିରୋଧ ବୃନ୍ଦାବନ ନଗର ଏନଆରଆଇ ଗ୍ରୀନ କମିଟିର ଅଧ୍ୟକ୍ଷ ଆଶୁ ଶର୍ମା ସୋସାଇଟି ପକ୍ଷରୁ ପ୍ରେମାନନ୍ଦ ମହାରାଜଙ୍କୁ କ୍ଷମା ମାଗିଛନ୍ତି । ସେ ପୁଣିଥରେ ପଦଯାତ୍ରା ବାହାର କରିବା ପାଇଁ ମହାରାଜଙ୍କୁ ନିବେଦନ କରିଥିଲା, ଯାହାକୁ ସ୍ୱୀକାର କରାଯାଇଛି । ପ୍ରେମାନନ୍ଦ ମହାରାଜ ପଦଯାତ୍ରାରେ ସାମିଲ ହୋଇଛନ୍ତି ଏବଂ ପୁରୁଣା ରୁଟରେ ବାହାରିଛନ୍ତି ମାତ୍ର ଏଥିରେ କିଛି ପରିବର୍ତ୍ତନ କରାଯାଇଛି ।
ସୋମବାର ସକାଳେ ପ୍ରେମାନନ୍ଦ ମହାରାଜ ତାଙ୍କ ପୁରୁଣା ମାର୍ଗ ଦେଇ ଆସିଛନ୍ତି କିନ୍ତୁ ଏଥିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରେମାନନ୍ଦ ମହାରାଜ ପୂର୍ବରୁ ଆଶ୍ରମ ନିଜ ବାସଭବନରୁ ଚାଲିଚାଲି ଯାଉଥିଲେ । ଏହାସହିତ ପଦଯାତ୍ରା କରି ଭକ୍ତଙ୍କୁ ଦର୍ଶନ ଦେଇ ନିଜ ଆଶ୍ରମ ରାଧା କେଲି କୁଂଜ ଯାଏ ଯାଉଥିଲେ । ସୋମବାର ସକାଳେ ପ୍ରେମାନନ୍ଦ ମହାରାଜ ସକାଳ 4ଟା ବେଳେ ତାଙ୍କ ବାସଭବନରୁ କାରରେ ବସି ବାହାରିଥିଲେ ଏବଂ ପରେ ନିଜ ପୁରୁଣା ମାର୍ଗରେ ଚାଲିଥିଲେ । ତାଙ୍କ ବାସଭବନରୁ ସେ ପଦଯାତ୍ରା ଆରମ୍ଭ କରିନଥିଲେ ।