ଭୁବନେଶ୍ୱର – ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସରେ ଗୁରୁବାର ଦିନ ରାଜ୍ୟ ବିଧାନସଭା ପ୍ରାଙ୍ଗଣରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରାର୍ଥନା ସଭା ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଉପବାଚସ୍ପତି ରଜନୀକାନ୍ତ ସିଂହ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ , ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଂଜଳୀ ଜଣାଇଥିଲେ । ସାଂସ୍କୃତିକ ଅନୁଷ୍ଠିତ ପକ୍ଷରୁ ମହାତ୍ମା ଗାନ୍ଧିଙ୍କ ପ୍ରୟ ଭଜନ ବୈଷ୍ଣବ ଜନତୋ , ରଘୁପତି ରାଘବ ରାଜା ରାମ ପ୍ରମୁଖ ଗାନ କରାଯାଇଥିଲା । ଓଏସଏପି ପକ୍ଷରୁ ତୋପସଲାମୀ ଦିଆଯାଇଥିଲା । ଏହା ବ୍ୟତୀତ ସହୀଦ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ , ସମାଜ ସେବୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।