
ଭୁବନେଶ୍ୱର– ରାଜ୍ୟରେ କମୁନି ମହିଳା ବିରୋଧୀ ଅପରାଧ । ଗତ 8 ମାସରେ 18 ହଜାର 1 ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ସେଥିରୁ 17 ହଜାର 21ଟି ମାମଲା ବିଚାରଧୀନ ଥିବା ବେଳେ 738ଟି ମାମଲାରେ ଚାର୍ଜସିଟ ଦିଆଯାଇଛି । 217 ଟି ମାମଲାର ଫଇସଲା ସରିଥିବା ବେଳେ 25 ଟି ମାମଲାରେ ଫାଇନାଲ ରିପୋର୍ଟ ଦିଆଯାଇଛି । ବିଧାୟିକା ସୋଫିଆ ଫିର୍ଦ୍ଦୋଷଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।